ଫୋନରେ ଅଫିସରଙ୍କୁ ଜବାବ ମାଗିଲେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀ । ତୁରନ୍ତ ପଦକ୍ଷେପ ନେବାକୁ ଦେଲେ ନିର୍ଦ୍ଦେଶ

166

କନକ ବ୍ୟୁରୋ: ଅଧିକାରୀଙ୍କ ସହ ଚାଲିଥିଲା ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ ଉଚ୍ଚସ୍ତରୀୟ ବୈଠକ । ଏହି ସମୟରେ ତାଙ୍କ ପାଖୁ ଜଣେ ବ୍ୟକ୍ତିଙ୍କ କଲ ଆସିଥିଲା, ଯେଉଁଥିରେ ସେ ନିଜର ସମସ୍ୟା ମୁଖ୍ୟମନ୍ତ୍ରୀଙ୍କୁ କହିଥିଲେ ।


କଥା ହେଉଛି ବ୍ୟକ୍ତି ଜଣକ ଗତ ୩ ମାସ ହେବ ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ବିଲ ଦେଉଛନ୍ତି । କାରଣ ପୂର୍ବ ଅପେକ୍ଷା ଗତ ୩ ମାସ ହେବ ତାଙ୍କର ଅଧିକ ବିଲ ଆସୁଛି । ଏନେଇ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇଥିଲେ ବି ସେ ଆଉ ଏକ ଚେକ୍ ମିଟର ଲଗାଇବାକୁ କହି କଥା ସାରିଦେଇଥିଲେ । ବାସ୍ ସେବେଠୁ ତାଙ୍କ ସମସ୍ୟାର ସମାଧାନ ହେଉିନି ।

ବ୍ୟକ୍ତିଙ୍କଠାରୁ ଏଭଳି ଅଭିଯୋଗ ପାଇବା ପରେ ମିଟିଂ ମଝିରେ ହିଁ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ ଲଗାଇଥିଲେ ଏବଂ ଏହି ସମସ୍ୟା କାହିଁକି ଏଯାଏଁ ସମାଧାନ ହୋଇନାହିଁ ବୋଲି ଜବାବ ମାଗିଥିଲେ । କହିଥିଲେ , ‘କାମ କରିବାର ମାନସିକତା ଥିବା ଦରକାର । ଯଦି ୧୫ ଦିନ ଭିତରେ ସମସ୍ୟା ସମାଧାନ ହୋଇପାରୁନି ତାକୁ ଆଗକୁ ଫରୱାର୍ଡ କରିବା ଦରକାର’ । ଏଭଳି ଧାମୀ ତୁରନ୍ତ ବ୍ୟକ୍ତିଙ୍କ ବିଦ୍ୟୁତ ସମ୍ପର୍କୀତ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।