କନକ ବ୍ୟୁରୋ : ଉତ୍ତରାଖଣ୍ଡର ୧୧ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କରସିଂ ଧାମୀ । ସବୁଠାରୁ ବଡକଥା ଧାମୀଙ୍କ ମନ୍ତ୍ରୀମଣ୍ଡଳରେ ମାତ୍ର ଅନ୍ୟ ୨ ଜଣ ମନ୍ତ୍ରୀ ସତପାଲ ମହାରାଜ ଓ ହରକ ସିଂ ରାୱତ ବି ଶପଥ ନେଇଛନ୍ତି । ସେମାନଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।  ଧାମୀଙ୍କ ଏହି ଶପଥଗ୍ରହଣ ଉତ୍ସବରେ ରାଜ୍ୟ ବିଜେପିର ବରିଷ୍ଠ ନେତା ତଥା ମନ୍ତ୍ରୀ ସତପାଲ ମହାରାଜ, ହରକ୍ ସିଂ ରାୱତ ଓ ବିଜେପିର ଅନ୍ୟନେତା ଓ ବିଧାୟକମାନେ ଯୋଗ ଦେଇଥିଲେ ।

Advertisment

ଧାମୀ ଶପଥ ନେବା ପୂର୍ବରୁ ପୂର୍ବ ମୁଖ୍ୟମନ୍ତ୍ରୀ ତିରଥସିଂ ରାୱତ, ତ୍ରିବେନ୍ଦ୍ର ସିଂ ରାୱତ ଓ ରାଜ୍ୟ ବିଜେପିର ବରିଷ୍ଠ ନେତା ସତପାଲ ମହାରାଜଙ୍କୁ ସାକ୍ଷାତ କରିଥିଲେ । ଧାମୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦଳ ନିର୍ବାଚିତ କରିବା ପରେ ଏହାକୁ ନେଇ ରାଜ୍ୟ ବିଜେପିର କିଛି ବିଧାୟକ ଅସନ୍ତୁଷ୍ଟ ଥିବା କଥା ବି କୁହାଯାଇଛି । ଏନେଇ ଆଜି ସକାଳେ ରାଜ୍ୟ ବିଜେପି ଅଧ୍ୟକ୍ଷ ମଦନ କୌଶିକଙ୍କ ଡେରାଡୁନ ବାସଭବନରେ ଏକ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟ ପ୍ରଭାରୀ ଦୁଷ୍ମନ୍ତ କୁମାର, ଧନ ସିଂ ରାୱତ,ବିଷନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।