କନକ ବ୍ୟୁରୋ : ଉତ୍ତରାଖଣ୍ଡର ଯୋଶୀମଠ ଏବଂ ଏହାର ପଡୋଶୀ ସହର ଗୁଡ଼ିକ ପ୍ରତି ମାଡି ଆସୁଛି ବିପଦ । ଗତକାଲି ରାତିରେ ପୁଣି ଯୋଶୀମଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯୋଶୀମଠ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ଏହା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ମୁଖ୍ୟମନ୍ତ୍ରୀ ଯୋଶୀମଠରେ ରାତି ବିତାଇଥିଲେ । ଯୋଶୀମଠରେ ଅସୁରକ୍ଷିତ କୋଠା ଓ ହୋଟେଲ ଭାଙ୍ଗିବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Advertisment

ଏହାକୁ ଜୋରଦାର ବିରୋଧ କରିଛନ୍ତି ସ୍ଥାନୀୟ ଲୋକେ । ସହରର ମୋଟ୍ ୭୨୩ଟି ଘର ଭାଙ୍ଗିବାକୁ ଯୋଜନା କରିଛି ପ୍ରଶାସନ । ସେପଟେ ଯୋଶୀମଠର ଉପର ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ବଦ୍ରିନାଥରେ ବରଫପାତ ହୋଇଛି । ଏହା ଅଧିକ ଦିନ ଜାରି ରହିଲେ ଯୋଶୀମଠ ପାଇଁ ବିପଦ ସୃଷ୍ଟି ହୋଇପାରେ । ତେଣୁ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି କୌଣସି ଘର ଭଙ୍ଗାଯିବ ନାହିଁ । କେବଳ ଦୁଇଟି ହୋଟେଲ ଭଙ୍ଗାଯିବ । ନାଲି ଚିହ୍ନିତ ଘର ମଧ୍ୟରୁ ଲୋକଙ୍କୁ ଖାଲି କରାଯିବ ।