କନକ ବ୍ୟୁରୋ : ଉତ୍ତରାଖଣ୍ଡ ଚମୋଲିରେ କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗତ କିଛିଦିନ ହେବ ଚମୋଲିରେ ବନ୍ୟା ଓ ବର୍ଷାର ତାଣ୍ଡବ ଲାଗି ଳରହିଛି । ବୁଧବାର ଦିନ ଜିଲ୍ଲାରେ ଅଳକାନନ୍ଦା ନଦୀ ତଟରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟିବା କାରଣ କରେ କରେଣ୍ଟ ଲାଗି ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ଚମୋଲି ଏସପି ସୂଚନା ଦେଇଛନ୍ତି ।

Advertisment

ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡର ଚମୋଲ, ହରିଦ୍ୱାର, ରୂଦ୍ରପ୍ରୟାଗ ସମେତ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏହି କ୍ରମରେ ବୁଧବାର ଦିନ ଚମୋଲୀ ନିକଟ ଅଳକାନନ୍ଦା ନଦୀ ତଟରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫରମର ଫାଟିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଚମୋଲି ଏସପି ପରମେନ୍ଦ୍ର ଦୋବଲ ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି  ଟ୍ରାନ୍ସଫରମର ଫାଟିବା କାରଣରୁ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇଛନ୍ତି ।

ଏସପିଙ୍କ ସୂଚନା ମୁତାବକ ଏହି ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଚମୋଲି ଠାରେ ନମାମି ଗଙ୍ଗା ପରିଯୋଜନା କ୍ରମରେ ଏକ ନିର୍ମାଣଧିନ ପ୍ରୋଜେକ୍ଟ କାମ ଚାଲୁଥିବା ବେଳେ ହଠାତ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟିଯାଇ ଏଭଳି ଦୁର୍ଘଟଣା ଘଟିଛି ।