କନକ ବ୍ୟୁରୋ: ନୂଆଦିଲ୍ଲୀର କର୍ତ୍ୟବ ପଥରେ ସାରା ବିଶ୍ୱ ଦେଖିଛି ସୁଦୃଢ ଓ ସଶକ୍ତ ଭାରତର ସାମର୍ଥ୍ୟ । ୭୫ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଚମକ୍ରାର ପରେଡ ପ୍ରଦର୍ଶନ ସମସ୍ତଙ୍କୁ ଅବିଭୂତ କରିଛି । ଯେଉଁଥିରେ ୧୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରଜ୍ଞାପନ ମେଢ ସାମିଲ ହୋଇଥିଲେ । ଉତରପ୍ରଦେଶର ପ୍ରଜ୍ଞାପନ ମେଢ ଆଗରେ ରାମଲାଲା ପଛରେ ରେପିଡ ରେଲ ଓ ଉପରେ ବ୍ରହ୍ମୋସ ଅସ୍ତ୍ର ଦେଖିବାକୁ ମିଳିଛି । ୟୁପିର ପ୍ରଜ୍ଞାପନ ମେଢର ଥିମ ବିକଶିତ ଭାରତ, ସମୃଦ୍ଧ ଐତିହ୍ୟ ଉପରେ ଆଧାରିତ ହୋଇଥିଲା । ଭଗବାନ ରାମଙ୍କ ଜନ୍ମଭୂମୀ ୟୁପି ହୋଇଥିବାରୁ ଏହା ଐତିହାସିକ ଓ ଧାର୍ମିକ କ୍ଷେତ୍ରର ପରିଚୟ ବହନ କରୁଛି । ତେଣୁ ପ୍ରଜ୍ଞାପନ ମେଢର ଆଗରେ ରାମଲଲାଙ୍କ ପ୍ରତିମୂର୍ତି ରହିଛି ଓ ପଛରେ ଦୁଇ ଜଣ ସନ୍ଥ ଜଳ ତର୍ପଣ କରି ଆରାଧନା କରୁଥିବା ଦୃଶ୍ୟ ରହିଛି । ସେହିପରି ବିକଶିତ ଭାରତର ଥିମ ଭାବେ ନମୋ ଭାରତ ଟ୍ରେନ ଓ ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରଦର୍ଶିତ କରାଯାଇଛି । ପ୍ରଜ୍ଞାପନ ମେଢ ସହ ପାରମ୍ପରିକ ଲୋକ ନୃତ୍ୟ ପ୍ରଦର୍ଶନ କରିଥିଲେ ଉତରପ୍ରଦେଶର କଳାକାର ।

Advertisment