ଉତ୍ତରପ୍ରଦେଶର ସବୁଠାରୁ ବଡ ଡନ୍ ବିକାଶ ଦୁବେକୁ ନେଇ ହେବ ବଲିଉଡ ଫିଲ୍ମ : ଦୁବେ ଭୂମିକାରେ ନଜର ଆସିବେ ଟିଭି ଅଭିନେତା ମନୀଷ ଗୋଏଲ

 ଦୁବେକୁ ଏନକାଉଂଟର କରି ମାରିଥିଲା ୟୁପି ପୋଲିସ

171

କନକ ବ୍ୟୁରୋ : ବଡ ପରଦାକୁ ଆସିବ ୟୁପିର ସବୁଠାରୁ ବଡ ଡନ୍ ବିକାଶ ଦୁବେର କାହାଣୀ । ୟୁପି ପୋଲିସ ଏନକାଉଂଟରରେ ମୃତ ବିକାଶ ଦୁବେକୁ ନେଇ ତିଆରି ହେଉଛି ବଲିଉଡ ଫିଲ୍ମ । ହିନ୍ଦି ଫିଲ୍ମ ‘ହନକ’ରେ ଦର୍ଶକ ଦେଖିବେ ଆଇନ ଓ ଅପରାଧକୁ ନିଜର ହତିଆର କରି ରକ୍ତର ହୋଲି ଖେଳୁଥିବା ଏହି ମାଫିଆ ଡନର ଅପରାଧ ସାମ୍ରାଜ୍ୟ ।

ଯେଉଁ ଗୁଣ୍ଡାର ଆତଙ୍କକରେ କେବଳ କାନପୁର କାହିଁକି ପୁରା ଉତ୍ତରପ୍ରଦେଶ ଥରୁଥିଲା, ଯେଉଁ ଅପରାଧୀର ପରିସର ଆଇନ ବିଭାଗରୁ ଆରମ୍ଭ କରି ରାଜନୀତି ଯାଏଁ ରହିଥିଲା, ସେହି ବିକାଶ ଦୁବେ ବଡପରଦାରେ ନଜର ଆସିବ । ମୋହନ ନଦାର ଅଫ ପ୍ରଡକ୍ସନ ହେଡ୍ କ୍ୱାର୍ଟର ଲିମିଟେଡ୍ ଏହାରି ଭିତରେ ‘ମେଁ କାନପୁର ୱାଲା’ ପୁସ୍ତକର ରାଇଟ୍ସକୁ କିଣି ନେଇଛି ।

ଏହି ପୁସ୍ତକକୁ ଲେଖଛନ୍ତି ମୃଦୁଳ କପିଲ । ମାସେ ତଳେ ପୁସ୍ତକଟିର ଡିଜିଟାଲ ରିଲିଜ କରାଯାଇଥିଲା । ଯାହାକୁ ଏବେ ଫିଲ୍ମର ରୁପ ଦେବାକୁ ଯାଉଛନ୍ତି ନିର୍ଦ୍ଦେଶକ ମନୀଷ ବାତ୍ସଲ୍ୟ । ଏହି ଫିଲ୍ମରେ ବିକାଶ ଦୁବେ ଚରିତ୍ରରେ ନଜର ଆସିବେ ଟିଭି ଅଭିନେତା ମନୀଷ ଗୋଏଲ ।