ସଂସଦରେ ବଢୁଛି ମହିଳାଙ୍କ ସଂଖ୍ୟା । ୟୁପି ଏବଂ ପଶ୍ଚିମବଙ୍ଗରୁ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ ।

122

କନକ ବ୍ୟୁରୋ : ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ରାଜ୍ୟ ଉତ୍ତରପ୍ରଦେଶ ଏବଂ ଲୋକସଭାକୁ ୪୨ ଆସନ ଦେଇଥିବା ରାଜ୍ୟ ପଶ୍ଚିମବଙ୍ଗ ଏଥର ଲୋକସଭାକୁ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ କରିଛି । ସପ୍ତଦଶ ଲୋକସଭାରେ ସବୁଠୁ ଅଧିକ ମହିଳା ସାଂସଦଙ୍କୁ ଦେଖିବାକୁ ମିଳିଛି । ଏଥର ସମୁଦାୟ ୭୮ ଜଣ ମହିଳା ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

ଉତ୍ତରପ୍ରଦେଶରେ ୧୧ ମହିଳା ସାଂସଦଙ୍କ ମଧ୍ୟରୁ ଗାନ୍ଧୀ ପରିବାରରୁ ଦୁଇ ବୋହୂ ଅଛନ୍ତି । ଜଣେ ହେଉଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟ ଜଣେ ମେନେକା ଗାନ୍ଧୀ । ଉତ୍ତରପ୍ରଦେଶର ରାଏବ‌ରେଲିରେ ଉପା ଅଧ୍ୟକ୍ଷ‌ା ‌ସୋନିଆ ଗାନ୍ଧୀ ଲଗାତାର ଚତୁର୍ଥ ଥର ପାଇଁ ବିଜୟ ହାସଲ କରିଥିବାବେଳେ ମେନକା ଗାନ୍ଧୀ ସୁଲତାନପୁରରୁ ସାଂସଦ ନିର୍ବାଚିତ ହୋଇଛନ୍ତି । ଉତ୍ତରପ୍ରଦେଶରେ ବିଜେପି ପାଇଁ ସବୁଠୁ ବଡ଼ ବିଜୟ ହେଉଛି ଆମେଥୀରେ ସ୍ମୃତି ଇରାନୀଙ୍କ ବିଜୟ । ପଶ୍ଚିମବଙ୍ଗରେ ଟିଏମ୍‌ସିର ୯ ଜଣ ଏବଂ ବିଜେପିର ଦୁଇଜଣ ମହିଳା ପ୍ରାର୍ଥୀ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି ।