ଲକ୍ଷ୍ମିପୁର ହିଂସାକାଣ୍ଡକୁ ନେଇ ତେଜିଲା ବିବାଦ : ମନ୍ତ୍ରୀଙ୍କ ପୁଅ କାର ମାଡିଯିବାରୁ ୪ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ 

ସେପଟେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ୟୁପି ପୋଲିସର ସୂଚନା 

220
କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଆନ୍ଦୋଳନକାରୀ ଚାଷୀଙ୍କ ଉପରେ ମନ୍ତ୍ରୀ ଗାଡି ଚଢ଼ାଇ ମାରି ଦେଇଥିବା ଅଭିଯୋଗ । ଯେଉଁଥିରେ ୪ ଆନ୍ଦୋଳନକାରୀଙ୍କର ମୃତ୍ୟୁ ଘଟିଥିବା ବେଳେ କାର ଭିତରେ ଥିବା ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ୟପି ପୁଲିସ । ସୂଚନା ଅନୁସାରେ ଉତ୍ତରପ୍ରଦେଶର ଖେରୀ ଗସ୍ତରେ ଯାଉଥିଲେ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଓ କେନ୍ଦ୍ର ଗୃହରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ର । ଦୁଇ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଥିଲେ କୃଷି ଆଇନ ବିରୋଧ କରୁଥିବା ଚାଷୀ ସଂଗଠନ ।
ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଅଜୟଙ୍କ ପୁଅ ଆଶିଷ ମିଶ୍ରଙ୍କ କାରକେଡ ଯାଉଥିଲା । ଯାହାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ଆନ୍ଦୋଳନକାରୀ ଚାଷୀ । ଆନ୍ଦୋଳନକାରୀ ଆଶିଷଙ୍କ କାର ଉପରକୁ ପଥର ମାଡ କରିଥିଲେ ଆନ୍ଦୋଳନକାରୀ । ତାପରେ ଆଶିଷଙ୍କ କାର ଆନ୍ଦୋଳନାକାରୀଙ୍କ ଉପରେ ମଡାଇ ଦେଇଥିବା ଅଭିଯୋଗ ହୋଇଛି । କାର ମାଡିଯିବାରୁ ୪ ଆନ୍ଦୋଳନକାରୀ ଚାଷୀଙ୍କର ମୃତ୍ୟୁ ହୋଇଥିବା କହିଛି ଚାଷୀ ସଂଗଠନ । ଅନ୍ୟପଟେ ଉତ୍ୟକ୍ତ ଲୋକେ ମନ୍ତ୍ରୀଙ୍କ ପୁଅକୁ କାରକେଡ ଉପରକୁ ଆକ୍ରମଣ କରିଥିବା ପାଲଟା ଅଭିଯୋଗ ହୋଇଛି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।