ଚିନ୍ତା ବଢାଇଲା ଛୋଟ ପିଲାଙ୍କ ମୃତ୍ୟୁ । ଉତରପ୍ରଦେଶ ଫିରୋଜାବାଦରେ ଅଜଣା ଜ୍ୱରରେ ମୃତ୍ୟୁ ସଂଖ୍ୟା ୬୮ରେ ପହଁଚିଲା । ମୃତକଙ୍କ ମଧ୍ୟରେ ୪୬ଟି ଛୋଟ ପିଲା

140

କନକ ବ୍ୟୁରୋ : ସାରା ଦେଶରେ କରୋନାର ଦ୍ୱିତୀୟ ଲହର କମି କମି ଆସୁଥିବା ବେଳେ ଏବେ ଉତ୍ତରପ୍ରଦେଶରେ ଭାଇରାଲ ଜ୍ୱର ଓ ଜ୍ୱରରେ ଶିଶୁଙ୍କ ମୃତ୍ୟୁକୁ ନେଇ ଚିନ୍ତାରେ ଯୋଗୀ ସରକାର  । ରାଜ୍ୟରେ ଡେଙ୍ଗୁ, ମେଲେରିଆ କବଳକୁ ଆସିଛି ରାଜ୍ୟର ଫିରୋଜାବାଦ ସହର । ଏଠାରେ ଏଭଳି ଭାଇରାଲ ଜ୍ୱର ଫଳରେ ମୋଟ ୬୮ ଜଣଙ୍କର ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୪୬ ଜଣ ଶିଶୁ ରହିଛନ୍ତି ।

ଏହି ସୂଚନା ପାଇବା ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାର ସତ୍ୟା ସତ୍ୟ ଜାଣିବାକୁ ନିଜେ ହସ୍ପିଟାଲରେ ପହଂଚିଥିଲେ । ସେଠାରେ ଥିବା ସରକାରୀ ମେଡିକାଲରେ ପହଂଚି ନିଜେ ମୁଖ୍ୟମନ୍ତ୍ରୀ ଘଟଣାର ତର୍ଜମା କରିଥିଲେ । ସେପଟେ କାଂସଗଜ ଓ ଫରୁଖାବାଦରେ ୩ ଜଣ ଲେଖାଏଁ ଶିଶୁଙ୍କର ଭାଇରାଲ ଜ୍ୱର ସଂକ୍ରମଣରେ ମୃତ୍ୟୁ ହୋଇଛି । ଏସବୁ ଘଟଣାର ଯାଂଚ କରିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣମାଧ୍ୟମକୁ କହିଛନ୍ତି କି ବାସ୍ତବରେ କରୋନାରେ ୩୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ଏହାସହ ଏହି ଭୂତାଣୁ ସଂକ୍ରମଣ ଫଳରେ ଶହ ଶହ ଶିଶୁ ପ୍ରଭାବିତ ହୋଇଥିବା ଜଣାପଡିଛି । ସେପଟେ ସଂକ୍ରମିତ ପିଲାଙ୍କୁ କୋଭିଡ-୧୯ ପାଇଁ ପ୍ରସ୍ତୁତ କରାଯାଇଥିବା ମେଡିକାଲ ୱାର୍ଡରେ ଭର୍ତ୍ତି କରାଯାଉଛି ।