ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଅଜବ ଦୃଶ୍ୟ, ଇଭିଏମରେ ଫେବିକ୍ୱିକ୍ ଢାଳିଦେବାରୁ ମତଦାନ ବାଧାପ୍ରାପ୍ତ

Advertisment
ଉତ୍ତର ପ୍ରଦେଶ ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ଅଜବ ଦୃଶ୍ୟ, ଇଭିଏମରେ ଫେବିକ୍ୱିକ୍ ଢାଳିଦେବାରୁ ମତଦାନ ବାଧାପ୍ରାପ୍ତ

କନକ ବ୍ୟୁରୋ : ଆଜି ଉତ୍ତର ପ୍ରଦେଶରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି । ଏଥିରେ ୫୯ ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯାଉଛି । ହେଲେ କିଛିଦିନ ତଳେ କୃଷକଙ୍କ ଉପରେ ଗାଡି ମଡାଇ ହତ୍ୟା କରାଯାଇଥିବା ଲକ୍ଷ୍ମୀପୁର ଖେରୀରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ । ଏଠାରେ ଗୋଟିଏ ବୁଥରେ କିଛି ଦୁବୃର୍ତ୍ତ ଇଭିଏମ ମେସିନରେ ଫେବିକ୍ୱିକ୍ ଢାଳିଦେବାକୁ ମତଦାନ ବାଧାପ୍ରାପ୍ତ ହୋଇଛି । ଏଭଳି ପରିସ୍ଥିତିରେ ପୋଲିଂ ଏଜେଣ୍ଟଙ୍କ ପାଖରେ ଥିବା ରିଜର୍ଭ ଇଭିଏମ ମେସିନ ପୁଣି ସାନି ଭୋଟିଂ କରାଯାଉଥିବା କଥା ସୂଚନା ମିଳିଛି ।

ଏନେଇ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ କହିଛନ୍ତି କି ଏଭଳି କାଣ୍ଡ କରିଥିବା ଲୋକଙ୍କୁ ଏବେ ଚିହ୍ନଟ କରାଯାଉଛି । ସେମାନଙ୍କୁ ଚିହ୍ନଟ ସରିବା ପରେ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କର୍ମଚାରୀ କହିଛନ୍ତି । ହେଲେ ଏଠାରେ ପ୍ରଶ୍ନ ଉଠୁଛି କି, ଯେତେବେଳ ପୋଲିଂ ବୁଥ ଭିତରକୁ ମୋବାଇଲ ନେଇଯିବା ଉପରେ ପ୍ରତିବନ୍ଧକ ରହିଛି ସେତେବେଳେ ତା ଭିତରକୁ ଫେବିକ୍ୱିକ୍ ନେଇ କିଭଳି ସେମାନେ ଗଲେ ।

କହିରଖୁ କି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୭ ଟି ପର୍ଯ୍ୟାୟରେ ମତଦାନ ହେବାକୁ ଥିବା ବେଳେ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ହେଉଛି । ଏହି କ୍ରମରେ ସକାଳ ୧୧ ଟା ସୁଦ୍ଧା ୨୬ ପ୍ରତିଶତ ମତଦାନ ହୋଇଥିବା କଥା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe