ଛାତ୍ର ଆନ୍ଦୋଳନକୁ ନେଇ ଯୋଗୀ ସରକାରଙ୍କୁ ଘେରିଲେ ରାହୁଲ ଓ ବରୁଣ, କହିଲେ ଏଭଳି କଥା

221

କନକ ବ୍ୟୁରୋ : ଦିନକୁ ଦିନ ରାହୁଲ ଗାନ୍ଧୀ ଓ ବରୁଣ ଗାନ୍ଧୀଙ୍କ ମଧ୍ୟରେ ସଂପର୍କ ନିବିଡ ହେବାଭଳି ମନେ ହେଉଛି । ଶନିବାର ଦିନ ଉତ୍ତର ପ୍ରଦେଶରେ ଶିକ୍ଷା ସହାୟକଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ନେଇ ଉଭୟ ରାହୁଲ ଓ ବରୁଣ ଯୋଗୀ ସରକାରଙ୍କୁ ଘେରିଛନ୍ତି । ଏନେଇ ରାହୁଲ ଗାନ୍ଧୀ କହିଛନ୍ତି କି, ରୋଜଗାର ମାଗୁଥିବା ଲୋକଙ୍କ ଉପରେ ଯୋଗୀ ସରକାର ଲାଠି ଚାର୍ଜ କରୁଛନ୍ତି । ସେହିଭଳି ସମାନ ପ୍ରସଙ୍ଗରେ ବରୁଣ ଗାନ୍ଧୀ କହିଛନ୍ତି କି ଯେଉଁ ପିଲାଙ୍କ ଉପରେ ଯୋଗୀ ସରକାର ବର୍ବରତା କଲେ ସେମାନେ ବି ମା ଭାରତୀଙ୍କ ସନ୍ତାନ । ସେମାନଙ୍କ କଥା ମାନିବା ତ ଦୂରର କଥା ସେମାନଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ।

କହିରଖୁ କି ୟୁପିର ରାଜଧାନୀ ଲକ୍ଷ୍ନୌ ଠାରେ ଶନିବାର ଦିନ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରିଥିଲଶ । ରାଜ୍ୟରେ ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲା କିଛିଦିନ ହେବ ୟୁପି ରାଜନୀତିକୁ ସରଗରମ କରିଛି । ପରୀକ୍ଷାର୍ଥୀମାନେ ନିଯୁକ୍ତି ପ୍ରସଙ୍ଗ ନେଇ ଆନ୍ଦୋଳନ କରୁଥିବା ବେଳେ ପୋଲିସ ସେମାନଙ୍କ ଉପରେ ନିର୍ମମ ଭାବେ ଲାଠିଚାର୍ଜ କରିଥିଲା ।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏହି ଲାଠିଚାର୍ଜର ଭିଡିଓ ସେୟାର କରି ଲେଖିଛନ୍ତି କି ରୋଜଗାର ମାଗୁଥିବା ଲୋକଙ୍କୁ ଯୋଗୀ ସରକାର ଲାଠିମାଡ ଦେଉଛନ୍ତି ହେଲେ ଏକଥା ସେମାନେ ମନେ ରଖିବେ ଓ ବିଜେପି ଯେତେବେଳେ ଭୋଟ ମାଗିବାକୁ ଯିବେ ସେତେବେଳେ ସେମାନେ ଏହାର ଉତ୍ତର ଦେବେ ।

ଅନ୍ୟପଟେ କିଛିଦିନ ହେବ ନିଜ ସରକାର ବିରୋଧରେ ବିଦ୍ରୋହ ଆରମ୍ଭ କରିଥିବା ବିଜେପି ସାଂସଦ ବରୁଣ ଗାନ୍ଧୀ ବି ସମାନ ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଆଶାୟୀ ଶିକ୍ଷକଙ୍କ ଉପରେ ହୋଇଥିବା ଲାଠିଚାର୍ଜର ଭିଡିଓ ସେୟାର କରି ବରୁଣ ଲେଖିଛନ୍ତି କି ଯୋଗୀ ସରକାର ଯାହାଙ୍କ ଉପରେ ଲାଠିଚାର୍ଜ କଲେ ସେ ବି ମା ଭାରତୀଙ୍କ ସନ୍ତାନ ।