ଭାରତକୁ ହିନ୍ଦୁ ରାଷ୍ଟ୍ର କର… ଏଭଳି ଜିଦରେ ଅଡି ବସିଲେ ଋଷି ପରମହଂସ ଆଚାର୍ଯ୍ୟ ମହାରାଜ: ଗୃହବନ୍ଦୀ କଲା ୟୁପି ପୋଲିସ

135

କନକ ବ୍ୟୁରୋ: ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରିବା ଦାବି ନେଇ ପରମହଂସ ବାବାଙ୍କ ଜଳ ସମାଧି ନେବା ମାମଲାରେ ତପସ୍ୱି କ୍ୟାମ୍ପ ବାହାରେ ପୁଲିସ ମୁତୟନ କରାଯାଇଛି । ବାବାଙ୍କୁ ପୋଲିସ ଗୃହବନ୍ଦୀ କରିଛନ୍ତି । ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଉ ବୋଲି ଦାବିକରି ବାବା ପରମହଂସ ପୂର୍ବରୁ ଅକ୍ଟୋବର ୨ରେ ଜଳ ସମାଧି ନେବା ପାଇଁ ଘୋଷଣା କରିଥିଲେ ।

ଅଯୋଧ୍ୟାର ଏହି ସନ୍ଥ ବହୁ ସମୟ ଧରି ମିଡିଆରେ ର୍ଚଚା ସାଉଁଟୁଛନ୍ତି । ଆଉ ମଝିରେ ମଝିରେ ମିଡିଆର ନଜରକୁ ଆସିବା ପାଇଁ ବିଭିନ୍ନ ପ୍ରୟକାର କାମ ମଧ୍ୟ କରୁଛନ୍ତି । ଏହି କାରଣରୁ ଏକାଧିକବାର ପୁଲିସ ତାଙ୍କୁ ଗିରଫ ମଧ୍ୟ କରିଛି । ଗତ କିଛିଦିନ ହେବ ବାବାଙ୍କ ଜଳସମାଧିର ଖବର ଗଣମାଧ୍ୟମରେ ର୍ଚଚାର ବିଷୟ ରହିଥିଲା ।

ଲୋକେ ର୍ଚଚା କରୁଥିଲେ ବାବା କେବେ ଜଳ ସମାଧି ନେବେ, କିନ୍ତୁ ଏହା ପୁର୍ବରୁ ଶନିବାର ଜିଲ୍ଲା ପ୍ରଶାସନର କଡା ଆଭିମୁଖ୍ୟ ପରେ ବାବା ମନ୍ଦିରରୁ ବି ବାହାରି ପାରିଲେ ନାହିଁ । ତେବେ ବାବାଙ୍କ ଏହି ଚେତାବନି ଦେଶରେ ଗୋଟିଏ ପ୍ରକାରର ଚହଳ ସୃଷ୍ଟି କରିଦେଇଛି ।