କନକ ବ୍ୟୁରୋ: ଲୋକସଭା ନିର୍ବାଚନ ରେଜଲ୍ଟ ପରେ ଆଜି ମୋଦୀ ମନ୍ତ୍ରୀମଣ୍ଡଳର ହେବାକୁ ଯାଉଛି ଶପଥ ଗ୍ରହଣ ଉତ୍ସବ । ରାଷ୍ଟ୍ରପତି ଭବନ ପରିସରରେ ସନ୍ଧ୍ୟା ୭.୧୫ ମିନିଟରେ ଏହି ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି । ତେବେ ମନ୍ତ୍ରୀମଣ୍ଡଳରେ କିଏ କିଏ ସାମିଲ ହେବେ ସେନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ମିଳିଥିବା ସୂଚନା ମୁତାବକ, ଏହି ଲିଷ୍ଟରେ ଉତ୍ତର ପ୍ରଦେଶର କିଛି ଚେହେରା ମଧ୍ୟ ସାମିଲ ଅଛନ୍ତି ।

Advertisment

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୟୁପିରେ ବିଜେପି ସହଯୋଗୀ ଥିବା ଆରଏଲଡି ନେତା ତଥା ରାଜ୍ୟସଭା ସାଂସଦ ଜୟନ୍ତ ଚୌଧୁରୀ ମୋଦୀ କ୍ୟାବିନେଟରେ ସାମିଲ ହେବେ । ତାଙ୍କ ସହ ଅପନା ଦଳ ନେତ୍ରୀ ଅନୁପ୍ରିୟା ପଟେଲଙ୍କୁ ମଧ୍ୟ ପିଏମଓରୁ କଲ୍ ଯାଇଛି । ଯାହା ପରେ ଏହି ଦୁଇ ନେତା ମୋଦୀ କ୍ୟାବିନେଟରେ ସାମିଲ ହେଇପାରନ୍ତି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଏଥର ଲୋକସଭା ନିର୍ବାଚନରେ ବିଜେପି ଉତ୍ତରପ୍ରଦେଶରେ ୩୩ଟି ସିଟ୍ ଜିତିବାକୁ ସକ୍ଷମ ହେଇଛି । ତେଣୁ ୟୁପିରୁ ଏଥର କିଛି ବିଜେପି ସାଂସଦଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ । ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରୀ ଥିବା ରାଜନାଥ ସିଂହ ୟୁପିର ଲକ୍ଷ୍ନୌରୁ ନିର୍ବାଚିତ ହେଇଆସୁଛନ୍ତି । ତାଙ୍କ ସହ ୟୁପିର ବିଜେପି ନେତା ବିଏଲ୍ ବର୍ମାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି ।