କନକ ବ୍ୟୁରୋ : ଉତ୍ତରପ୍ରଦେଶ ଝାନସୀରେ ବଡ଼ ଧରଣର ଅଗ୍ନିକାଣ୍ଡ । ଝାନସୀରେ ଥିବା ଏକ ମାର୍କେଟ୍ ଅଗ୍ନିକାଣ୍ଡ ହୋଇଛି । ଘଟଣାରେ ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଛି । ନିଆଁ ଲିଭାଇବା ପାଇଁ ୮୦ଟି ଦମକଳ ଗାଡି ନିୟୋଜିତ ହୋଇଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ, ଉଦ୍ଧାର କାର୍ଯ୍ୟ ପାଇଁ ସେନାର ସହାୟତା ନିଆଯାଇଥିଲା ।

Advertisment

ସେନା ସହାୟତାରେ ପାଖାପାଖି ୧୦ ଘଣ୍ଟା ଚାଲିଥିଲା ରେସକ୍ୟୁ ଅପରେସନ୍ । ସେନା ସହିତ ପୋଲିସ ମଧ୍ୟ ରେସକ୍ୟୁ ଅପରେସନରେ ସାମିଲ ହୋଇଥିଲା । ପ୍ରଥମେ ମାର୍କେଟରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ନିଆଁ ଲାଗିଥିଲା । ଏହା ପରେ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିଥିଲା । ମାର୍କେଟରେ ଅଧିକ ଇଲେକ୍ଟ୍ରୋନିକ୍ସ ଓ ଫର୍ନିଚର ଦୋକାନ ଥିବାରୁ ନିଆଁ ବ୍ୟାପିଥିଲା । ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।