ହ୍ୱାଟ୍ସଆପ୍ ଉଜାଡି ଦେଲା ସୁନା ସଂସାର । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥିଲେ ହେଲେ ଭାଙ୍ଗିଗଲା ସବୁ ସ୍ୱପ୍ନ ।

152

ସାତ ଜନ୍ମ ପାଇଁ ସାଥି ହେବାକୁ ବାହାବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖିଥିଲେ ହେଲେ ସ୍ୱପ୍ନ ଭାଙ୍ଗିଦେଲା ହ୍ୱାଟ୍ସଆପ । ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ସତ୍ୟ ଘଟଣା ହ୍ୱାଟ୍ସଆପ୍ ଉଜାଡି ଦେଲା ସୁନା ସସାଂର । ମାତ୍ର କେଇ ମାସର ବିବାହ କରିଥିବା ନବ ଦମ୍ପତିଙ୍କୁ କେବଳ ହ୍ୱାଟ୍ସଆପ ପାଇଁ ଅଲଗା ହେବାକୁ ପଡିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ମଣିପୁରର ସିରର୍ସା ଅଞ୍ଚଳରେ । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି ।

whatsaapସୂଚନା ମୁତାବକ ମଣିପୁର ସିରର୍ସା ଅଞ୍ଚଳ ନିବାସୀ ବିମଳେଶ କୁମାରଙ୍କ ପୁଅ ପ୍ରେମଚନ୍ଦ୍ରଙ୍କ ବିବାହ ଚଳିତ ବର୍ଷ ଅପ୍ରେଲ ମାସରେ ନନ୍ଦପୁରର ସୋମନାଥଙ୍କ କନ୍ୟା ସହିତ ହୋଇଥିଲା । ବାହାଘର ପରେ ପରେ ନବବଧୁ ଜଣକ ସବୁବେଳେ ମୋବାଇଲରେ ହ୍ୱାଟ୍ସଆପ୍ ଚାଟ୍ କରୁଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ୱାମୀ ପ୍ରେମଚନ୍ଦ୍ର । ଏହାକୁ ନେଇ ପ୍ରତିଦିନ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହେଉଥିଲା, ଏହାପରେ ମଧ୍ୟ ନବବଧୁ ଜଣକ ହ୍ୱାଟ୍ସଆପ ଚାଟିଂଗ୍ ରୁ ନିବୃତ ରହୁନଥିଲେ ଶେଷରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା ପରେ ଏହା ପଂଚାୟତ ସ୍ତରକୁ ଯାଇଥିଲା । ଏବଂ ଉଭୟ ପରିବାର ପକ୍ଷକୁ ପଂଚାୟତରେ ସମାଧାନର ବାଟ ପଚରା ଯିବାରୁ ନବଦମ୍ପତି ଅଲଗା ହେବାକୁ ନିଷ୍ପତି କଲେ । କାରଣ ନବବଧୁ ଜଣକ ମୋବାଇଲ ଛାଡିବାକୁ ନାରାଜ୍ । ସେପଟେ ମୋବାଇଲ ନ ଛାଡିଲେ କୌଣସି ସମ୍ପର୍କ ରଖିବେ ନାହିଁ ବୋଲି କହିଲେ ସ୍ୱାମୀ ପ୍ରେମଚନ୍ଦ୍ର ।

ପଞ୍ଚାୟତ ନିଷ୍ପତି ଅନୁସାରେ ବିବାହ ସମୟରେ ଦିଆନିଆ ହୋଇଥିବା ଯୌତୁକ ସମାଗ୍ରୀକୁ ଉଭୟ ପରିବାର ଫେରାଇ ନେଲେ । ଏହା ସହିତ କେଉଁ କାରଣରୁ ଦୁହେଁ ଅଲଗା ହେଲେ ପଞ୍ଚାୟତରେ ଏକ ଲିଖିତ ଆକାରରେ ଦେଇଛନ୍ତି ଉଭୟ ପରିବାର ବର୍ଗ । ତେବେ ସମାଜରେ ଅନେକ ପ୍ରଭାବ ସୃଷ୍ଟି କରୁଛି ଟେକନୋଲୋଜୀ । କେତେବେଳେ ପରିବାରକୁ ରକ୍ଷା କରୁଛି ତ ଆଉ କେତେବେଳେ ପରିବାରକୁ ଭାଙ୍ଗି ଦେଉଛି ଟେକ୍ନୋଲୋଜୀ ।