କରୋନା ପରେ ଜିକା ଭୟ ବଢାଉଛି ‘ଜିକା’ ଭୂତାଣୁ,  ୟୁପି କାନପୁରରେ ୩୬ ଚିହ୍ନଟ

56

କନକ ବ୍ୟୁରୋ : ଦୀପାବଳି ପୂର୍ବରୁ ଜିକା ଭୂତାଣୁ ସଂକ୍ରମଣ ୟୁପି କାନପୁରରେ ବିସ୍ଫୋଟକ ରୂପ ନେଇଛି । ବାୟୁସେନାର କର୍ମଚାରୀଙ୍କ ସହ ୨୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ କାନପୁର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । କାନପୁର ନିକଟ ଚକେରୀ କେଣ୍ଟର ଆଖ ପାଖ ୩ କିଲୋମିଟର ପରିଧି ଭିତରେ ଜିକା ଭୂତାଣୁ ସଂକ୍ରମଣ କରିବା ଘଟଣା ସ୍ଥାନୀୟ ପ୍ରଶାସନକୁ ଚିନ୍ତାରେ ପକାଇଛି । ଜିଲ୍ଲା ଅଧିôକାରୀ ବିକାଶ ଜି ଆୟର ସ୍ୱାସ୍ଥ୍ୟ ଟିମଙ୍କ ସହିତ ଘର ଘର ବୁଲି ଯାଂଚ କରୁଛନ୍ତି । ଆଜି ଯେଉଁ ୨୫ ଜଣ ଜିକା ଭୂତାଣୁ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ସେମାନଙ୍କୁ ପୃଥକବାସରେ ରଖାଯାଇଛି । ଅନ୍ୟପଟେ ନଗର ନିଗମର ୧୫୦ କର୍ମୀ ସଫେଇ କାମ ଜାରି ରଖିଛନ୍ତି । ଏହା ପୂର୍ବରୁ ବି ଉକ୍ତ ଅଞ୍ଚଳରେ ୧୧ ଜଣ ଲୋକ ଏହି ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ଏବେ କାନପୁର ଅଞ୍ଚଳରେ ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬ କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଜିଲ୍ଲା ଅଧିକାରୀ କହିଛନ୍ତି କି ଏପର୍ଯ୍ୟନ୍ତ କାନପୁର ଜିଲ୍ଲାରେ ମୋଟ ୪୫ ଜଣ ଲୋକଙ୍କ ସ୍କ୍ରିନିଂ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ଠାରେ ଭୂତାଣୁ ସଂକ୍ରମଣ ଚିହ୍ନଟ ହୋଇଛି ସେମାନଙ୍କ ମଧ୍ୟରୁ ଅଧା ମହିଳା ଥିବା କଥା କୁହାଯାଇଛି । କହିରଖୁ କି ପ୍ରଥମେ ୩ ଜଣ ବିମାନ ବନ୍ଦର କର୍ମଚାରୀ ଜିକା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।