ୟୁପିରେ ରହିଛି ୧୫୩ ବର୍ଷ ପୁରୁଣା ରାବଣ ମନ୍ଦିର, କେବଳ ଦଶହରା ଦିନ ଖୋଲିବା ନେଇ ରହିଛି ପରମ୍ପରା

Advertisment
ୟୁପିରେ ରହିଛି ୧୫୩ ବର୍ଷ ପୁରୁଣା ରାବଣ ମନ୍ଦିର, କେବଳ ଦଶହରା ଦିନ ଖୋଲିବା ନେଇ ରହିଛି ପରମ୍ପରା

କନକ ବ୍ୟୁରୋ : ବିଜୟ ଦଶମୀରେ ସାରା ଦେଶରେ ରାବଣର ପ୍ରତିମୂତ୍ତି ଦହନ କରିବାର ପରମ୍ପରା ରହିଛି । ହେଲେ ଉତ୍ତରପ୍ରଦେଶର କାନପୁର ଏଭଳି ଏକ ସ୍ଥାନ ଯେଉଁଠି ବିଜୟା ଦଶମୀରେ ରାବଣଙ୍କୁ ପୂଜା କରାଯାଏ । କେବଳ ସେତିକି ନୁହେଁ ଏଠାରେ ପୂଜା କରିବା ପାଇଁ ବି ରହିଛି ରାବଣଙ୍କର ମନ୍ଦିର । ସବୁଠାରୁ ବଡକଥା ଏହି ମନ୍ଦିର କେବଳ ବର୍ଷକରେ ଥରେ ମାତ୍ର ଖୋଲା ଯାଇଥାଏ ।

ରାବଣଙ୍କର ଏହି ମନ୍ଦିର ୟୁପିର ଶିଳ୍ପନଗରୀ କାନପୁର ଠାରେ ଅବସ୍ଥିତ । ଦଶହରା ଦିନ ଏହି ମନ୍ଦିରରେ ପୂରା ବିଧି ବିଧାନ ସହିତ ରାବଣଙ୍କୁ କ୍ଷୀରରେ ସ୍ନାନ କରାଯାଇ ଅଭିଷେକ କରାଯାଇଥାଏ । ଏହାପରେ ପୂଜା କରାଯାଇ ରାବଣଙ୍କର ସ୍ତୃତି ଓ ଆରତୀ କରାଯାଇଥାଏ । ବିଶ୍ୱାସ କରାଯାଏ ଯେ ବ୍ରହ୍ମା ବାଣ ନାଭିରେ ଲାଗିବା ପରେ ଓ ରାବଣ ଧରାସାୟୀ ହେବା ମଧ୍ୟରେ କାଳଚକ୍ର ଯେଉଁ ରଚନା କରିଥିଲା ସେଥିରେ ରାବଣ ପୂଜା ପାଇବାର ଯୋଗ୍ୟ ଥିଲେ । ଏହା ସେହି ସମୟର କଥା ଯେତେବେଳେ ରାମ ଲକ୍ଷ୍ମଣଙ୍କୁ କହିଥିଲେ କି ରାବଣଙ୍କ ପାଦ ପକ୍ଷରେ ଠିଆ ହୋଇ ସମ୍ମାନ ପୂର୍ବକ ନୀତି ଜ୍ଞାନ ଶିକ୍ଷା ଗ୍ରହଣ କର, କାରଣ ଧରାପୃଷ୍ଟରେ କେବେ ବି ରାବଣ ଭଳି ଜ୍ଞାନୀ ଜନ୍ମ ହୋଇନାହାଁନ୍ତି କି ହେବେ ନାହିଁ ।

ରାବଣଙ୍କର ସେହି ସ୍ୱରୂପ ପୂଜନୀୟ ଅଟେ ଓ ଏହି ସ୍ୱରୂପକୁ ଧ୍ୟାନରେ ରଖି କାନପୁରରେ ରାବଣ ପୂଜାର ବିଧି ରହିଛି । ୧୮୬୮ ମସିହାରେ କାନପୁରରେ ନିର୍ମାଣ ହୋଇଥିବା ଏହି ମନ୍ଦିରରେ ଆଜି ପର୍ଯ୍ୟନ୍ତ ନିରନ୍ତର ଭାବେ ରାବଣଙ୍କର ପୂଜା କରାଯାଉଛି । ଲୋକମାନେ ପ୍ରତିବର୍ଷ ଏହି ମନ୍ଦିର ଖୋଲିବାକୁ ଅପେକ୍ଷା କରିଥାନ୍ତି । ଆଉ ମନ୍ଦିର ଖୋଲିବା ପରେ ଲୋକମାନେ ଧୁମଧାମରେ ପୂଜା ଅର୍ଚ୍ଚନା କରିଥାନ୍ତି ।

ରାବଣଙ୍କର ଏହି ମନ୍ଦିରକୁ ନେଇ ବିଶ୍ୱାସ କରାଯାଏ କି ଏଠାରେ ଠାକୁରଙ୍କୁ ଯାହା ମଗାଯାଏ ତାହା ପୂରଣ ହୋଇଥାଏ । ଏଠାରେ ଦଶହରା ଦିନ ଲୋକମାନେ ରାବଣଙ୍କ ଜନ୍ମଦିନ ବି ପାଳନ କରିଥାନ୍ତି । ବହୁତ କମ ଲୋକଙ୍କ ଜଣାଅଛି କି ଯେଉଁଦିନ ପ୍ରଭୂ ଶ୍ରୀରାମଙ୍କ ହାତରେ ରାବଣଙ୍କର ମୋକ୍ଷ ହୋଇଥିଲା ସେହିଦିନ ହିଁ ରାବଣଙ୍କର ଜନ୍ମଦିନ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe