ଉତ୍ତରପ୍ରଦେଶ ହାଥରସ ଘଟଣାର ଶୁଣାଣି। ୪ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣଙ୍କୁ ଦୋଷମୁକ୍ତ କଲେ ଉତ୍ତରପ୍ରଦେଶ କୋର୍ଟ।

ଉତ୍ତରପ୍ରଦେଶ ହାଥରସ ଘଟଣାର ଶୁଣାଣି। ୪ଅଭିଯୁକ୍ତଙ୍କ ମଧ୍ୟରୁ ତିନି ଜଣଙ୍କୁ ଦୋଷମୁକ୍ତ କଲେ ଉତ୍ତରପ୍ରଦେଶ କୋର୍ଟ।

କନକ ବ୍ୟୁରୋ: ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ଏହି ଘଟଣାରେ ଅଭିଯୁକ୍ତ ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ଉତରପ୍ରଦେଶ ଏସସି-ଏସଟି ଅଦାଲତ ଦୋଷମୁକ୍ତ କରିଛନ୍ତି । ଏବଂ ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଇଣ୍ଡିଆନ ପେନାଲ କୋଡର ଧାରା ୩୦୪ ଏବଂ ଏସସି/ଏସସି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସିଂ । ତେବେ ଏହି ଘଟଣାରେ ଅଦାଲତଙ୍କ ରାୟରେ ପିଡ଼ୀତା ମୃତ ଝିଅଙ୍କ ପରିବାର ଲୋକେ ସନ୍ତୁଷ୍ଟ ନଥିବାବେଳେ ହାଇକୋର୍ଟରେ ଆବେଦନ କରିବେ ବୋଲି କହିଛନ୍ତି।

ତେବେ ସୂଚନା ଅନୁଯାୟୀ, ୨୦୨୦ ସେପ୍ଟେମ୍ବର ମାସରେ ଉତ୍ତରପ୍ରଦେଶର ହାଥରସ ଜିଲ୍ଲାର ବୁଲଗୁଡ଼ିରେ ଜଣେ ୧୯ ବର୍ଷୀୟ ଦଳିତ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଏହାର ୧୫ ଦିନ ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାର ଶୁଣାଣି କରି ତିନିଜଣଙ୍କୁ ଦୋଷମୁକ୍ତ କରାଯାଇଛି । ଯାହାକୁ ପରିବାର ଲୋକଙ୍କ ପକ୍ଷରୁ ବିରୋଧ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe