ଉତ୍ତରପ୍ରଦେଶରେ ଆଉ ସପ୍ତାହେ ବଢିଲା ଲକଡାଉନ୍ ଅବଧି । ମେ ୧୭ ତାରିଖ ପର୍ଯ୍ୟନ୍ତ ବଢିଲା କଟକଣା ।

70

କନକ ବ୍ୟୁରୋ : କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି କାରଣରୁ ଶନିବାର ଦିନ ଉତ୍ତର ପ୍ରଦେଶ ସରକାର ମେ ୧୭ ତାରିଖ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ବଢ଼ାଇବା ଲାଗି ନିଷ୍ପତ୍ତି ନେଇଥିବା କଥା ଜଣେ ସରକାରୀ ମୁଖପାତ୍ର କହିଛନ୍ତି । ଆଉ ଗୋଟିଏ ସପ୍ତାହ ଅର୍ଥାତ୍ ମେ ୧୭ ତାରିଖ ପର୍ଯ୍ୟନ୍ତ କିଂବା ପରବର୍ତ୍ତୀ ବିଜ୍ଞପ୍ତି ଜାରି ହେବା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ସେ କହିଛନ୍ତି ।

ଏ ସଙ୍କ୍ରାନ୍ତରେ ଟୁଇଟ୍‌ କରି ଉତ୍ତର ପ୍ରଦେଶ ‘ଏସିଏସ୍‌’ ଇନ୍‌ଫର୍ମେସ୍ ନବନୀତ ସେହଗଲ୍‌ ଲେଖିଛନ୍ତି, ଉତ୍ତର ପ୍ରଦେଶରେ ଜାରି ଆଂଶିକ କରୋନା କର୍ଫ୍ୟୁ ମେ ୧୭ ଯାଏଁ ବୃଦ୍ଧି କରାଯାଇଛି । ଦେଶ କରୋନା ଭାଇରସ୍‌ ସଂକ୍ରମଣର ଦ୍ବିତୀୟ ପ୍ରବାହ କବଳରେ ଥିବାବେଳେ ତାହାର ଶୃଙ୍ଖଳ-ଚକ୍ର ଛିନ୍ନ କରିବା ଲାଗି ଆଉ ଏକ ସପ୍ତାହ ‘ଲକ୍‌ଡାଉନ୍‌’ ବୃଦ୍ଧି କରିବା ପାଇଁ ସ୍ଥିର କରାଯାଇଥିବା କଥା ସେ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମେ ଉତ୍ତର ପ୍ରଦେଶ ସରକାର ଏପ୍ରିଲ୍‌ ୨୭ ପର୍ଯ୍ୟନ୍ତ ଆଂଶିକ କର୍ଫ୍ୟୁ ଜାରି କରିଥିଲେ ଏବଂ ତାହା ପୁନଶ୍ଚ ମେ ୧୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ପୂର୍ବରୁ ଘୋଷିତ ହୋଇଥିଲା ।