ଉତ୍ତରପ୍ରଦେଶରେ ବିଜେପି ସହିପାରେ କ୍ଷତି ! ମହାଗଠବନ୍ଧନକୁ ମିଳିପାରେ କେତେ ସିଟ୍ , ଦେଖନ୍ତୁ ଏକ୍ସିଟ୍ ପୋଲର ଫଳାଫଳ ।  

171

ଲୋକସଭା ନିର୍ବାଚନ ୨୦୧୯ ରେ ଚଳିତଥର ସମସ୍ତଙ୍କ ନଜର ଉତ୍ତରପ୍ରଦେଶ ଉପରେ ରହିଛି । ଦିଲ୍ଲୀରେ କିଏ ଶାସନ କରିବ ଏହାର ନିଷ୍ପତ୍ତି ଉତ୍ତରପ୍ରଦେଶ ପୋଲିଙ୍ଗ୍ ଉପରେ ନିର୍ଭର କରେ । ତେବେ ଏଠାରେ ବିଜେପିକୁ ବହୁତ ବଡ଼ କ୍ଷତି ସହିବାକୁ ପଡିପାରେ । ସମ୍ପୁର୍ଣ୍ଣ ଦେଶର ନଜର ଏବେ ୟୁପି ଉପରେ ରହିଚି । ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ଲୋକସଭା ସିଟ୍ ରହିଛି ଏବଂ କୌଣସି ପାର୍ଟି ପାଇଁ ସରକାର ନିର୍ଣ୍ଣୟ କରିବା ପାଇଁ ଏହି ନିର୍ଣ୍ଣାୟକ ସାବ୍ୟସ୍ତ ହେବ । ଏଥିପାଇଁ ରାଜନୀତିରେ କେନ୍ଦ୍ର ଶାସନର ରାସ୍ତା ୟୁପିରୁ ହୋଇ ଯାଏ ବୋଲି କୁହାଯାଏ ।

ୟୁପିରେ ଚଳିତଥର ମୁକାବିଲା ତ୍ରିକୋଣୀୟ ହୋଇଛି । ଲୋକସଭା ନିର୍ବାଚନ ୨୦୧୯ ରେ ସପା-ବସପା ଅପ୍ରତ୍ୟାଶିତ ଗଠବନ୍ଧନ କରି ଏବଂ କଂଗ୍ରେସରୁ ଏଥିରେ ଅଲଗା ରଖି ସମସ୍ତଙ୍କୁ ଚକିତ କରିଦେଇଥିଲା । ସପା-ବସପା ଗଠବନ୍ଧନରେ ରାୟବରେଲୀ ଏବଂ ଅମେଠିକୁ ଦୁଇଟି ସିଟ୍ ଛାଡି ସବୁ ସିଟରେ ନିଜ ପ୍ରତ୍ୟାଶୀ ଓହ୍ଲାଇଥିଲା ଏବଂ ବିଜେପିକୁ କଡାଟକ୍କର ଦେଇଥିଲା । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ୟୁପିରେ ଶକ୍ତ ବରାବରି କରିବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ୟୁପିରେ ୨୦୧୪ ର ପରିଣାମ ଦୋହରାଇବା ପାଇଁ ବିଜେପି ପୁରା ପ୍ରୟାସ କରିଥିଲା ।