କନକ ବ୍ୟୁରୋ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆଉ କିଛିଦିନ ବାକି ରହିଥିବା ବେଳେ ଆଜି ବିଜେପି ପରେ ଏବେ ସମାଜବାଦୀ ପାର୍ଟି ନିର୍ବାଚନ ପୂର୍ବରୁ ଘୋଷଣାପତ୍ର ଜାରି କରିଛି । ଏହି କ୍ରମରେ ଆୟୋଜି ସାମ୍ବାଦିକ ସମ୍ମିଳନୀରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି କି ରାଜ୍ୟରେ ସମାଜବାଦୀ ପାର୍ଟିର ସରକାର ଗଠନ ହେଲେ ..........
- ରାଜ୍ୟର କୃଷକମାନେ ଉତ୍ପାଦନ କରୁଥିବା ସମସ୍ତ ଫସଲ ଉପରେ ସର୍ବନିମ୍ନ ସହାୟମ ମୂଲ୍ୟ ଧାର୍ଯ୍ୟ ହେବ ।
- ଆଖୁ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ବକେୟା ରାଶି ପ୍ରଦାନ କରାଯିବ ।
- ୪ ବର୍ଷ ମଧ୍ୟରେ କୃଷକମାନଙ୍କୁ ଋଣମୁକ୍ତ କରିବାକୁ ଋଣମୁକ୍ତ ଆଇନ ଆସିବ ।
- ୨ ଏକରରୁ କମ ଜମିଥିବା କୃଷକମାନଙ୍କୁ ମାଗଣାରେ ସାର ଯୋଗାଇ ଦିଆଯିବ ।
- ବିପିଏଲ ପରିବାରକୁ ପ୍ରତିବର୍ଷ ୨ ଟି ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ ।
- ସହରୀ ରୋଜଗାର ଆଇନ ପ୍ରସ୍ତୁତ ହେବ ।
- ସରକାରୀ ଚାକିରିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ।
- ଇମେଲ ଓ ହ୍ୱାଟସପ ମାଧ୍ୟମରେ ଅଭିଯୋଗ ପାଇଁ ବ୍ୟବସ୍ଥା କରାଯିବ ।
- ମହିଳାମାନଙ୍କ ପାଇଁ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ।
- ୧୦ ଟଙ୍କାରେ ଗରିବ ଲୋକଙ୍କ ପାଇଁ ସମାଜବାଦୀ ଥାଳି ନାମରେ ଖାଦ୍ୟ ଯୋଗାଇ ଦିଆଯିବ ।
- କ୍ଷୁଦ୍ରଚାଷୀ ମାନଙ୍କୁ ୨ ବସ୍ତା ଡିଏପି ଓ ୫ ବସ୍ତା ୟୁରିଆ ମାଗଣାରେ ମିଳିବ ।
କହିରଖୁ କି ୟୁପି ନିର୍ବାଚନ ପୂର୍ବରୁ ମଙ୍ଗଳବାର ସକାଳେ ବିଜେପି ତରଫରୁ ଘୋଷଣାପତ୍ର ଜାରି କରାଯାଇଥିଲା । ଏଥିରେ ୟୁପିବାସୀଙ୍କ ପାଇଁ ଅନେକ ଯୋଜନା ସାମିଲ କରି ବିଜେପିକୁ ପୁଣି ସରକାର ଗଠନ କରିବାର ସୁଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୟୁପି ଭୋଟରଙ୍କୁ ଅନୁରୋଧ କରିଥିଲେ ।
Follow Us