ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ୍ । ରାହୁଲ ସିଲେଇ କରିଥିବା ଜୋତା ନେବାକୁ ଆସୁଛି ବଡ ଅଫର । ୧୦ ଲକ୍ଷ ଟଙ୍କାରେ ବି ଚପଲ ଦେବାକୁ ରାଜି ନୁହଁନ୍ତି ରାମଚିତ

Advertisment
ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ୍ । ରାହୁଲ ସିଲେଇ କରିଥିବା ଜୋତା ନେବାକୁ ଆସୁଛି ବଡ ଅଫର । ୧୦ ଲକ୍ଷ ଟଙ୍କାରେ ବି ଚପଲ ଦେବାକୁ ରାଜି ନୁହଁନ୍ତି ରାମଚିତ

କନକ ବ୍ୟୁରୋ : ଚର୍ଚ୍ଚାରେ ରାହୁଲ ଗାନ୍ଧୀ ଭେଟିଥିବା ମୋଚି ରାମଚିତ। ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ତାଙ୍କ ସହ ଆଲୋଚନା କରିବା ସହ ଏକ ଚପଲ ମଧ୍ୟ ସିଲେଇ କରିଥିଲେ। ଏହି ଚପଲ କିଣିବାକୁ ଏବେ ତାଙ୍କ ପାଖକୁ ବଡ଼ ବଡ଼ ଅଫର ଆସୁଛି। ଚପଲ ହଳକ ପାଇଁ ୫ରୁ ୧୦ ଲକ୍ଷ ଟଙ୍କା ଦେବାକୁ ବି ରାଜି ଅଛନ୍ତି ଲୋକେ। କିନ୍ତୁ ରାହୁଲ ସିଲେଇ କରିଥିବା ଚପଲ ରାମଚିତ ଦେବାକୁ ରାଜି ନୁହଁନ୍ତି । ଉତରପ୍ରଦେଶର ଏହି ଜୋତା ଦୋକାନୀକୁ ନେଇ ଏବେ ସବୁଛି ଚର୍ଚ୍ଚା। ରାହୁଲ ତାଙ୍କ ଦୋକାନକୁ ଯିବା ପରେ ୨ ଲକ୍ଷ ଟଙ୍କା ରାମଚିତଙ୍କୁ ଅଫର କରିଥିଲେ। ଯାହାକୁ ଫେରାଇ ଚର୍ଚ୍ଚାକୁ ଆସିଥିଲେ ରାମଚିତ୍। ଆଉ ଏବେ ୧୦ ଲକ୍ଷ ଟଙ୍କାର ଚପଲ ଦେବାକୁ ମନା କରିଛନ୍ତି ରାମଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe