ଗତକାଲି ବେଶ୍ ଧୁମଧାମରେ ଦୀପାବଳୀ ପାଳିଲେ ଲୋକେ । କେହି କେହି ବାଣ ନ ଫୁଟାଇ ପ୍ରଦୂଷଣର ବାର୍ତ୍ତା ଦେଲେ ତ ଆଉ କେହି କେହି ଆଇନକୁ ହସରେ ଉଡାଇ ବାଣ ଫୁଟାଇ ପ୍ରଦୂଷଣ କଲେ । ଏହି ଭିତରେ କେଉଁ କେଉଁ ଜାଗାରେ ଦୀପାବଳୀରେ କ୍ରୁରତାର ଆଭାଷ ମଧ୍ୟ ମିଳିଲା । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ମେରଠରେ ଦେଖିବାକୁ ମିଳିଛି । ମେରଠରେ ଜଣେ ଯୁବକଙ୍କ ବାଚଳାମି ଜଣେ ୩ ବର୍ଷର କୁନିଝିଅ ପାଇଁ ବିପଦ ଆଣିଦେଇଛି । ଉକ୍ତ ଯୁବକ ଜଣକ ୩ ବର୍ଷର ଝିଅ ପାଟିରେ ଏକ ସୁତୁଲୀ ବୋମା ରଖି ଲଗାଇ ଦେଇଥିଲେ । ବୋମା ବିସ୍ଫୋଟ ହେବା ପରେ ଝିଅଟିର ଅବସ୍ଥା ଗମ୍ଭୀର ହୋଇ ପଡିଥିଲା । ଝିଅଟିର ଅବସ୍ଥା ଗୁରୁତର ହେବା କ୍ଷଣି ତାକୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନିଆଯାଇଥିଲା ।
ଘଟଣା ଘଟାଇ ଅଭିଯୁକ୍ତ ଉକ୍ତ ସ୍ଥାନରୁ ଫେରାର୍ ହୋଇ ଯାଇଥିବା ବେଳେ ବର୍ତ୍ତମାନ ଅଭିଯୁକ୍ତକୁ ପୋଲିସ୍ ଖୋଜୁଛି । ଯୁବକର ନାଁ ହରପାଲ୍ ବୋଲି ଜଣାପଡିଥିବା ବେଳେ ଦୀପାବଳୀ ରାତିରେ କୁନି ଝିଅଟି ବାହାରେ ବସିଥିବା ବେଳେ ଉକ୍ତ ଯୁବକ ସୁତୁଲୀ ବୋମା ଧରି ଝିଅଟିର ପାଖରେ ରଖି ନିଆଁ ଲଗାଇ ଦେଇଥିଲେ । ଏହି ବିସ୍ଫୋଟ ଏତେ ଗମ୍ଭୀର ଥିଲା ଯେ ଝିଅଟିକୁ ୫୦ ଟି ଆଘାତ ଲାଗିଛି ଏବଂ ତଣ୍ଟି ଭିତରେ ସଂକ୍ରମଣ ମଧ୍ୟ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/11/dc-Cover-tul5oi2nk2kc909lqv5hihal20-20180617034719.Medi_.jpeg)
/kanak/media/post_attachments/wp-content/uploads/2018/11/sssssssssssssssssssss-300x175.jpg)