କନକ ବ୍ୟୁରୋ : କୁହୁଡି ହେଲା କାଳ । ମୁହାଁମୁହିଁ ହେଲେ ଟ୍ରକ ଓ ସ୍କୁଲ ବସ୍ । ଉତରପ୍ରଦେଶରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୫ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଏଟାରେ ସ୍କୁଲ ବସ୍ ଏକ ଟ୍ରକକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଘନ କୁହୁଡି ଯୋଗୁଁ ଲୋ-ଭିଜିବିଲଟି କାରଣରୁ ସାମ୍ନାରୁ ଆସୁଥିବା ଏକ ଟ୍ରକକୁ ଦେଖିପାରିନଥିଲେ ସ୍କୁଲ ବସ୍ ଡ୍ରାଇଭର ।
୨୫ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ସ୍କୁଲ ଯାଉଥିଲେ । ଅତ୍ୟଧିକ ଶୀତ ଯୋଗୁଁ ୨୦ତାରିଖ ପର୍ଯ୍ୟନ୍ତ ସ୍କୁଲ ଗୁଡିକୁ ବନ୍ଦ ରଖିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଶାସନଙ୍କ ଏପରି ନିର୍ଦ୍ଦେଶକୁ ବେଖାତିର କରି ଜେଏସ ପବ୍ଲିକ ସ୍କୁଲ ଖୋଲା ଥିଲା । ଏହା ସହିତ ଦେଖନ୍ତୁ ଏହି ଭିଡିଓ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/vlcsnap-2017-01-19-11h11m31s129.png)