କନକ ବ୍ୟୁରୋ : ଘରକୁ ଫେରିଲେ ଉତ୍ତମ । କିଛି ଦିନ ଜଳେଶ୍ୱର ଥାନା ସରିସା ଗାଁର ଉତ୍ତମ ପଣ୍ଡା କ୍ୟାନସର ହୋଇଥିବା ଚିଠିରେ ଲେଖି କୁଆଡେ ଚାଲି ଯାଇଥିଲେ । ନୂଆ ଦିଲ୍ଲୀ ପୁଲିସ ଉତର ପ୍ରଦେଶର ଆଗ୍ରା ସହରରୁ ତାଙ୍କୁ ଉଦ୍ଧାର କରିଥିଲା । ନୂଆ ଦିଲ୍ଲୀରୁ ଉତ୍ତମଙ୍କୁ ଶ୍ୱଶୁର ଘର ଲୋକେ ଘରକୁ ଫେରାଇ ଆଣିଛନ୍ତି ।

Advertisment

ଉତ୍ତମ ୨୩ ତାରିଖରେ ଚିଠିରେ କ୍ୟାନସର ହୋଇଥିବା କଥା କହି ଫେରାର ହୋଇଯାଇଥିଲେ । ତାଙ୍କ ପରିବାର ଲୋକ ପୁଅର ନିଖୋଜ ସମ୍ପର୍କରେ ନାମୋ ଫାଣ୍ଡିରେ ଅଭିଯୋଗ କରିବା ସହିତ ସୋସିଆଲ ମିଡିଆ ମାଧ୍ୟମରେ ପୁଅକୁ ଖୋଜିବାକୁ ସାହାର୍ଯ୍ୟ ନେଇଥିଲେ । ପରେ ପୁଲିସ ଏକ ମାମଲା ରୁଜୁ କରିବା ସହିତ ଦେଶର ବିଭିନ୍ନ ଥାନାକୁ ଫେରାର ଉତମଙ୍କ ଫଟୋ ଫଠାଇଥିଲେ । ଉତ୍ତମ ଆଗ୍ରା ଷ୍ଟେସନରେ ଥିବା ଖବର ପାଇ ପୋଲିସ ଆଗ୍ରା ଷ୍ଟେସନରୁ ଉଦ୍ଧାର କରି ଘରକୁ ଆଣିଥିଲେ ।