ଯୁଦ୍ଧାସ୍ତ୍ରରେ ଆତ୍ମନିର୍ଭର ହେବ ଭାରତ। ତେଜସ୍‌ ଯୁଦ୍ଧ ବିମାନରେ ଲାଗିବ ସ୍ୱଦେଶୀ ରାଡାର୍‌ ‘ଉତ୍ତମ’ ।

85

କନକ ବ୍ୟୁରୋ: ଦେଶର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସ୍ୱଦେଶୀ ଉତ୍ପାଦଗୁଡ଼ିକୁ ପ୍ରାଥମିକତା ଦେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ବାୟୁସେନାରେ ସାମିଲ ଥିବା ତେଜସ୍‌ ଯୁଦ୍ଧବିମାନରେ ଲାଗିଥିବା ଇସ୍ରାଏଲ ରାଡାରଗୁଡ଼ିକୁ ବଦଳାଇ ସେହି ସ୍ଥାନରେ ସ୍ୱଦେଶୀ ‘ଉତ୍ତମ’ ରାଡାର ଲଗାଯିବା ପାଇଁ ନିଷ୍ପତ୍ତି ଗୃହୀତ ହୋଇଛି।

ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଦେଶକୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ଏପରି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଭାରତୀୟ ବାୟୂସେନାରେ କାର୍ଯ୍ୟରତ ଥିବା ୧୨୩ଟି ତେଜସ ଯୁଦ୍ଧବିମାନ ଭିତରୁ ପ୍ରଥମ ଦଫାରେ ୪୦ଟି ବିମାନରେ ଏହି ସ୍ୱଦେଶୀ ଉତ୍ତମ ରାଡାର ଲଗାଯିବ। ପରୀକ୍ଷଣ କାଳରେ ସ୍ୱଦେଶୀ ଉତ୍ତମ ରାଡାର ବିଦେଶୀ ରାଡାର ଅପେକ୍ଷା ଭଲ ପ୍ରଦର୍ଶନ କରିଛି ବୋଲି ଡିଆରଡିଓର ଅଧ୍ୟକ୍ଷ ସତୀଶ ରେଡ୍ଡୀ କହିଛନ୍ତି।

ଅନ୍ୟପକ୍ଷରେ ତେଜସ୍‌ ଯୁଦ୍ଧବିମାନ ନିର୍ମାଣ କରୁଥିବା ହାଲ୍‌ର ସିଏମ୍‌ଡି ଆର ମାଧବନ୍‌ କହିଛନ୍ତି, ଉତ୍ତମ ହେଉଛି ଏକ ଅତ୍ୟାଧୁନିକ ରାଡାର । ଯାହା ଏକାଧିକ ଟାର୍ଗେଟକୁ ଟ୍ରାକ୍‌ କରିପାରିବ ଏବଂ ସାହାଯ୍ୟ ପାଇଁ ହାଇ-ରିଜୋଲ୍ୟୁସନ୍‌ ଚିତ୍ର ନେଇପାରିବ। ଉତ୍ତମ ରାଡାର ତିନିଟି ମୋଡ୍‌ ପରୀକ୍ଷାରେ ସଫଳ ହୋଇଛି । ଆକାଶରୁ ଆକାଶ, ଆକାଶରୁ ସମୁଦ୍ର ଏବଂ ଆକାଶରୁ ଭୂମିକୁ । ଏଥିସହ ଏଥିରେ ଏକ ଚତୁର୍ଥ ମୋଡ୍‌ ମଧ୍ୟ ଅଛି ନାଭିଗେସନ୍‌ ଭୂମି ଏଡାନ୍‌ସ, ପାଣିପାଗ ମୋଡ୍‌।