କନକ ବ୍ୟୁରୋ: ଗଣତି ଓ ଟ୍ରେଣ୍ଡ୍ ଆସୁଥିବାବେଳେ ଗୋଆ ରାଜନୀତିରେ ପାଞ୍ଜି ବିଧାନସଭା ଆସନକୁ ନେଇ ଚର୍ଚ୍ଚା । ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦିବଙ୍ଗତ ନେତା ମନୋହର ପରିକରଙ୍କ ପୁଅ ଉତ୍ପଲ ମନୋହର ପାରିକର ୭୧୩ ଖଣ୍ଡ ଭୋଟରେ ପଛରେ ରହିଛନ୍ତି । ବିଜେପି ଟିକେଟ୍ ନଦେବା ଫଳରେ ‘ପଦ୍ମ’କୁ ପର କରି ଏହି ଆସନରେ ଉତ୍ପଲ ସ୍ୱାଧିନଭାବେ ଲଢ଼ିବାକୁ ମନସ୍ଥ କରିଥିଲେ । ବାପାଙ୍କ ଦେହାନ୍ତ ପରେ ପୁଅ ସମବେଦନା ଭୋଟ୍ ହାତେଇବେ ବୋଲି ଚର୍ଚ୍ଚା କରାଯାଉଥିଲା କିନ୍ତୁ କଡା ଟକ୍କର ପରେ ବି ଏବେ ଉତ୍ପଲ ବିଜେପି ପ୍ରାର୍ଥଙ୍କ ଠାରୁ ପଛରେ ପଡ଼ି ଯାଇଛନ୍ତି ।

Advertisment

ଗୋଆ
– ୨୦୧୭ରେ ଏକକ ସଂଖ୍ୟା ଗରିଷ୍ଠ ଦଳ ହୋଇଥିଲା କଂଗ୍ରେସ
– ୪୦ରୁ ୧୭ଟି ଆସନ ଜିତିଥିଲେ ମଧ୍ୟ ସରକାର ଗଢି ପାରିନଥିଲା
– ୧୩ଟି ଆସନ ଜିତିଥିଲେ ମଧ୍ୟ ସରକାର ଗଢିପାରିଲା ବିଜେପି
– ସ୍ୱାଧୀନ ଓ ଅନ୍ୟ ଆଂଚଳିକ ଦଳ ସହ ମିଶି କ୍ଷମତାରେ ବସିଲା
– ଏମଜିପି ଓ ଜିଏଫପି ସହ ହାତ ମିଳାଇଥିଲା ବିଜେପି
– ମନୋହର ପାରିକର ରାଜ୍ୟର ମୁଖ୍ୟମନ୍ତ୍ରୀ ହେଲେ
– ୨୦୧୯ରେ ପାରିକରଙ୍କ ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ହେଲେ ପ୍ରମୋଦ ସାୱନ୍ତ
– ଏଥର ଗୋଆରେ ପାଦ ଥାପିବାକୁ ଚାହୁଁଛନ୍ତି ଟିଏମସି ଓ ଆପ୍