ଗୋଆ ବିଜେପିରେ ବିଦ୍ରୋହ, ଟିକେଟକୁ ନେଇ ବିଜେପିକୁ ଏମିତି ଚେତାବନୀ ଦେଲେ ପାରିକରଙ୍କ ପୁଅ  

Advertisment
ଗୋଆ ବିଜେପିରେ ବିଦ୍ରୋହ, ଟିକେଟକୁ ନେଇ ବିଜେପିକୁ ଏମିତି ଚେତାବନୀ ଦେଲେ ପାରିକରଙ୍କ ପୁଅ  

କନକ ବ୍ୟୁରୋ : ବିଜେପିର ହାତ ଛାଡି ପାରନ୍ତି ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପୁଅ ଉତ୍ପଲ ପାରିକର । ଗୁରୁବାର ଦିନ ଉତ୍ପଲ ବିଜେପିକୁ ଚେତାବନୀ ଦେଇ କହିଛନ୍ତି କି, “ଯଦି ମୋତେ ୨୦୨୨ ନିର୍ବାଚନରେ ପାନାଜୀ ଆସନରୁ ଟିକେଟ ନମିଳେ ତେବେ କଠିନ ନିଷ୍ପତ୍ତି ନେବି” ଏହାସହ ସେ କହିଛନ୍ତି କି, ପ୍ରଥମରୁ ଦଳର ନେତୃତ୍ୱଙ୍କୁ କହିଛି କି ମୁଁ ପାନାଜୀ ନିର୍ବାଚନ କ୍ଷେତ୍ରରୁ ଲଢିବି, ହେଲେ ଏହାପରେ ଯଦି ଦଳ ମୋତେ ଉକ୍ତ ଆସନରୁ ଟିକେଟ ନଦିଏ ତେବେ ମୋତେ କଠିନ ନିଷ୍ପତ୍ତି ନେବାକୁ ପଡିବ । ସୂଚନା ଥାଉକି ଏହି ଆସନରୁ ପ୍ରତିନିଧିତ୍ୱ କରୁଥିବା ଅତାନାସିୟୋ ମୋନସେରେଟ ଓ ୯ ଜଣ ଅନ୍ୟ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ଅତାନାନିୟୋ ୨୦୧୭ ନିର୍ବାଚନରେ ପାନାଜୀ ଆସନରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲେ ।

ଯଦି ଟିକେଟ ନମିଳେ ତେବେ କ’ଣ କରିବେ ବୋଲି ସାମ୍ବାଦିକମାନଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଉତ୍ପଲ କହିଥିଲେ କି ମନୋହର ପାରିକରଙ୍କୁ ସବୁକିଛି ସହଜରେ ମିଳି ନଥିଲା, ତେଣୁ ତାଙ୍କଭଳି ମୋତେ କଠିନ ପରିଶ୍ରମ କରିବାକୁ ପଡିବ ।

କହିରଖୁ କି ୨୦୧୭ ରେ ୪୦ ଆସନ ବିଶିଷ୍ଠ ଗୋଆରେ କଂଗ୍ରେସ ସର୍ବାଧିକ ୧୭ ଟି ଆସନରେ ବିଜୟୀ ହୋଇଥିଲା ଓ ବିଜେପିକୁ ମାତ୍ର ୧୩ ଟି ଆସନ ମିଳିଥିଲା । ହେଲେ ଦିବଗଂତ ମନୋହର ପାରିକରଙ୍କ ନେତୃତ୍ୱରେ ବିଜେପି ଆଞ୍ଚଳିକ ଦଳମାନଙ୍କ ସହ ମେଣ୍ଟ କରି ସରକାର ଗଠନ କରିଥିଲା । ଏବେ କଂଗ୍ରେସର ୧୭ ବିଧାୟକ ମଧ୍ୟରୁ ୧୩ ବିଧାୟକ ଦଳ ଛାଡି ସାରିଛନ୍ତି ଓ ସେମାନଙ୍କ ମଧ୍ୟରୁ ସର୍ବାଧିକ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଏବେ ଏବେ ଗୋଆ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ଲାଇଜିହ୍ନା ଫଲେରିଓ କଂଗ୍ରେସ ଛାଡି ଟିଏମସିରେ ଯୋଗ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe