କନକ ବ୍ୟୁରୋ: ସଜେଇ ହେଉଛି ସୁଆଣ୍ଡୋ । ଉକ୍ରଳମଣି ଗୋପବନ୍ଧୁଙ୍କ ଜନ୍ମ ସ୍ଥାନ ପୁନର୍ବିକଶିତ ହେବା ସହ ପୀଠର ଲୋକାର୍ପଣ କରାଯିବ । ଆଗାମୀ ୨୩ରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଚଳଚଂଚଳ ହୋଇପଡ଼ିଛି ସୁଆଣ୍ଡୋ । ସତ୍ୟବାଦୀ ବିଡ଼ିଓ ଓ ତହସିଲଦାର ସୁଆଣ୍ଡୋରେ ପହଂଚି ପୁନଃ ବିକାଶ କାର୍ଯ୍ୟ ତଦାରଖ କରିଛନ୍ତି । ହେଲିପ୍ୟାଡ ଅବତଣୁ ନେଇ ସମ୍ପୁର୍ଣ୍ଣ ଗାଁର ଚିତ୍ର ବଦଳିବ । ଏବେଠାରୁ ଏନେଇ କାମ ଆରମ୍ଭ ହୋଇଗଲାଣି । ଗୋପବନ୍ଧୁଙ୍କ ଷଠୀ ଘରୁ ନେଇ ଢିଙ୍କିଶାଳ, ସଂଗ୍ରହାଳୟରୁ ନେଇ ପୁଷ୍କରିଣୀର ପୁନରୁଦ୍ଧାର କାମ ଆରମ୍ଭ ହୋଇଛି । ସେହିଭଳି ଉକ୍ରଳମଣିଙ୍କ ଗାଁରେ ଥିବା ଲୋକେଶ୍ୱର ଶିବ ମନ୍ଦିର ପୁନଃ ନିମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ନିକଟରେ ୫-ଟି ସଚିବ ଭିକେ ପାଣ୍ଡିିଆନ ପହଂଚି ଗୋପବନ୍ଧୁଙ୍କ ଜନ୍ମ ପୀଠ ପରିଦର୍ଶନ କରିବା ସହ ପୁନଃ ବିକାଶ କାର୍ଯ୍ୟ ତଦାରଖ କରି ଫେରିଛନ୍ତି । ଏହାପରେ ଗୋପବନ୍ଧୁଙ୍କ ଜନ୍ମସ୍ଥାନର ଚିତ୍ର ବଦଳିବ । ଯାହାକୁ ସମସ୍ତଙ୍କ ରହିଛି ଅପେକ୍ଷା ।