ସାବତ ଏକ୍ସପୋର୍ଟର ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଅଭିଯାନ, ମହିଳା ସଶକ୍ତିକରଣର ବାର୍ତ୍ତା ସହ ହସ୍ତତନ୍ତର ପ୍ରଚାର।

132

କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ସଂସ୍ଥା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଡେଟ (ଉତ୍କଳମ୍ରିତା) ଦୁର୍ଗାପୂଜା ଅବସରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ମହିଳା ସଶକ୍ତିକରଣର ନାରା ନେଇ ଏହି କ୍ୟ।ମ୍ପେନ କରାଯାଇଛି । ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଶାଶ୍ୱତ ଯୋଶୀ ଏବଂ ତାଙ୍କର ପ୍ରଡକ୍ସନ ହାଉସ ଏହି କ୍ୟାମ୍ପେନରେ ମଧ୍ୟ ସାମିଲ ହୋଇ ସହଯୋଗ କରିଥିଲେ ।

କ୍ୟାମ୍ପେନର ମୂଳ ଉଦ୍ଦେଶ୍ୟ ହେଉଛି ଓଡିଶାର ପ୍ରସିଦ୍ଧ ହସ୍ତତନ୍ତ ଯାହାକୁ ନେଇ ଉତ୍କଳମ୍ରିତା ସୁନ୍ଦର ଶାଢୀ ପୂଜା ବଜାରରେ ପ୍ରସ୍ତୁତ କରିଛି । ଏହି ଶାଢୀ ଦ୍ୱାରା ମହିଳା ସଶକ୍ତିକରଣ ଏବଂ ଓଡିଶାର କଳା ସଂସ୍କୃତିକୁ ଆଗକୁ ବଢାଇବା । ନବରାତ୍ରୀର ୯ ଦିନ ପାଇଁ ୯ଟି ସ୍ୱତନ୍ତ୍ର ଭିଡିଓ ପ୍ରସ୍ତୁତ କରାଯାଇଛି । ଏହି ଭିଡିଓରେ ମହିଳା ସଶକ୍ତିକରଣର ବାର୍ତ୍ତା ସହ କଳା ସଂସ୍କୃତିର ବାସ୍ତବ ଉପସ୍ଥାପନ ମଧ୍ୟ କରାଯାଇଛି ।