କନକ ବ୍ୟୁରୋ : ବାଣୀ ବିହାର ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା । ଛାତ୍ର ସଂସଦ କାର୍ଯ୍ୟାଳୟ ଭିତରେ ଲଗାଯାଇଥିବା ପୂର୍ବତନ ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକଙ୍କ ନାମ ତାଲିକା ଫଳକକୁ ଭାଙ୍ଗି ଦେଇଛନ୍ତି ଦୁର୍ବୃତ । ଏହାସହ ଚେୟାର, ଟେବୁଲ ଓ ବେଞ୍ଚ ଗୁଡ଼ିକୁ ମଧ୍ୟ କଚାଡ଼ି ଭାଙ୍ଗିଦେଇଛନ୍ତି । ଘଟଣାର ଏକ୍ସକ୍ଲୁସିଭ ଭିଡିଓ ଏବେ ସାମ୍ନାକୁ ଆସୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଗୁରୁବାର ପୂର୍ବାହ୍ନରେ କିଛି ଅଣଛାତ୍ର ଏକ ଧଳା କାରରେ ଆସି ପ୍ରାୟ ଘଣ୍ଟାଏ ଏପଟସେପଟ ବୁଲିବା ପରେ ଛାତ୍ର ସଂସଦ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି ।

Advertisment

ପ୍ରଥମେ ପୂର୍ବତନ ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକ ତାଲିକା ଫଳକକୁ ଭାଙ୍ଗିବା ପରେ ଟେବୁଲ ଚେୟାର ଫିଙ୍ଗାଫୋପଡା କରିଥିଲେ । ତେବେ ଛାତ୍ର ସଂସଦ ନିର୍ବାଚନ ହେଉନଥିବାରୁ ଏଭଳି ଘଟଣା ଘଟୁଛି ବୋଲି କହିଛନ୍ତି ଏବିଭିପି ଛାତ୍ର । ଛାତ୍ର କଂଗ୍ରେସ ଓ ଛାତ୍ର ବିଜେଡିର ଗୋଷ୍ଠୀ କନ୍ଦଳର ଏହା ପରିଣତି ଏବଂ ଏଥିପାଇଁ ବିଶ୍ୱବିଦ୍ୟାଳୟ ଶାନ୍ତି ଶୃଙ୍ଖଳା ଭଙ୍ଗ ହେଉଛି । ଏହାସହ ନିର୍ବାଚନ ବନ୍ଦ କରି ଶାନ୍ତି ଶୃଙ୍ଖଳା ରଖୁଥିବା କଥା କହୁଥିବା ବଳେ ଏହା କେମିତି ହେଉଛି ବୋଲି ଏବିଭିପି ଛାତ୍ର ଅଭିଯୋଗ କରିଛନ୍ତି ।