୧୧ରୁ ଖୋଲିବ ଉତ୍କଳ ବିଶ୍ୱବିଦ୍ୟାଳୟ । ହଷ୍ଟେଲ ପିଲାଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ ।

Advertisment
ଆସନ୍ତାକାଲି ବନ୍ଦ ରହିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ । ଜାଣନ୍ତୁ, କାରଣ କ'ଣ ?

କନକ ବ୍ୟୁରୋ: ଆସନ୍ତା ୧୧ ତାରିଖ ଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ପ୍ରସ୍ତୁତି ବୈଠକ । ପିଜି କାଉନସିଲ ସମ୍ମିଳନୀ ଗୃହରେ ଏହି ବୈଠକ ଆୟୋଜନ ହୋଇଛି। ବୈଠକ ପରେ କୁଳପତି ସବିତା ଆଚାର୍ୟ୍ୟ ସୂଚନା ଦେଇଛନ୍ତି ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲ ଅନ୍ତେବାସୀଙ୍କ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ତିନିଦିନ ତଳର କୋଭିଡ ନେଗେଟିଭ ରିପୋର୍ଟ ପ୍ରଦର୍ଶନ ଆଧାରରେ ଅନ୍ତେବାସୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ମିଳିବ।

ଯେଉଁମାନଙ୍କ ପାଖରେ ଟେଷ୍ଟ ରିପୋର୍ଟ ନଥିବ ସେମାନଙ୍କ ଲାଗି କ୍ୟାମ୍ପସରେ ଏକ କୋଭିଡ ଟେଷ୍ଟ କ୍ୟାମ୍ପ ଖୋଲାଯିବ। ସେଠାରେ ମାଗଣାରେ ଟେଷ୍ଟ କରାଯାଇ ଛଡ଼ାଯିବ। ପୂରା କ୍ୟାମ୍ପସକୁ ବିଶୋଧନ କରାଯିବ। କୋଭିଡ ନିୟମ ପାଳନ କରାଯାଇ ଶିକ୍ଷାଦାନ କରାଯିବ। ସବୁ ବିଭାଗୀୟ ମୁଖ୍ୟ ଓ ହଷ୍ଟେଲ ସୁପରିଣ୍ଟେଡେଣ୍ଟ ଙ୍କ ସହ ବୈଠକ ପରେ ସୂଚନା ଦେଲେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe