ଆସିଲା ଭାରତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ତାଲିକା । ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ନମ୍ବର ।

544

କନକ ବ୍ୟୁରୋ : ଆସିଲା ଭାରତୀୟ ଶିକ୍ଷାନୁଷ୍ଠାନ ୨୦୨୧ ରାଙ୍କିଂ ତାଲିକା । ଦେଶର ଶ୍ରେଷ୍ଠ ୧୦୦ ଶିକ୍ଷାନୁଷ୍ଠାନ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ରହିଛି । ତେବେ ଓଡ଼ିଶାର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ଶ୍ରେଷ୍ଠ-୧୦୦ ଶିକ୍ଷାନୁଷ୍ଠାନ ତାଲିକାରେ ନାହିଁ । ଓଡ଼ିଶାର ସୋଆ ୩୭ ନମ୍ବରରେ ଥିବା ବେଳେ କିଟ୍ ୩୯, ଏନଆଇଟି ରାଉରକେଲା ୪୧, ଆଇଆଇଟି ଭୁବନେଶ୍ୱର ୫୮ ନମ୍ବର ସ୍ଥାନରେ ରହିଛି ।

ଅନ୍ୟପଟେ ଶ୍ରେଷ୍ଠ ୧୦୦ ବିଶ୍ୱବିଦ୍ୟାଳୟ ବର୍ଗରେ ସୋଆ ୨୦, କିଟ୍ ୨୧ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟ ୮୭ ନମ୍ବର ସ୍ଥାନରେ ରହିଛି । ପୂର୍ବରୁ ବିଶ୍ୱବିଦ୍ୟାଳୟ ବର୍ଗରେ ଉତ୍କଳ ୯୬ ନମ୍ବର ସ୍ଥାନରେ ରହିଥିଲା । ମେଡିକାଲ କଲେଜ ବର୍ଗରେ ସୋଆ ୨୧, ଏମ୍ସ ଭୁବନେଶ୍ୱର ୩୧, କିଟ୍ ୩୬, ଏସସିବି ୩୯ ନମ୍ବର ସ୍ଥାନରେ ରହିଛି । ଏହାବାଦ୍ ଇଞ୍ଜିନିୟରିଂ ବର୍ଗରେ ଏନଆଇଟି ରାଉରକେଲା ୨୦, ଆଇଆଇଟି ଭୁବନେଶ୍ୱର ୨୮, ସୋଆ ୩୨, କିଟ୍ ୩୯ ଓ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ୧୦୦ ନମ୍ବର ସ୍ଥାନରେ ରହିଛି ।