କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପାଇଁ ଖୁସି ଖବର । ନାକ ଟିମର ପୁନଃ ବିଚାର ପରେ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏ-ପ୍ଲସ ଗ୍ରେଡ ମିଳିଛି । ମେ ମାସରେ ଆସିଥିବା ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡିଟେସନ୍ କାଉନସିଲ (ନ୍ୟାକ୍) ଟିମ୍ ଉକ୍ରଳ ବିଶ୍ୱବିଦ୍ୟାଳୟକୁ ଏ ଗ୍ରେଡ ଦେଇଥିଲେ । ଏହାର ପୁନଃ ବିଚାର ପାଇଁ ଆବେଦନ କରିଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଯାହାର ଫଳାଫଳ ଆଶାନୁରୂପକ ଆସିଛି । ଏଥର ଟିମ୍ ୱାର୍କ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଏହି ସଫଳତା ମିଳିଛି ।
ଆଗକୁ ସବୁୁ ବିଭାଗରେ କିପରି ଉନ୍ନତି ହେବ ତାକୁ ଧ୍ୟାନ ଦିଆଯିବ । ଏବେ ନୂଆ ଶିକ୍ଷା ନୀତିକୁ ଲାଗୁ କରାଯିବା ଫଳରେ ଅଧିକ ସୁବିଧା ମିଳିବ । ଏବଂ ପାଞ୍ଚ ବର୍ଷ ପରେ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ ପ୍ଲସ ଗ୍ରେଡ ପାଇବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/12/13.jpg)