କନକ ବ୍ୟୁରୋ: ଗବେଷଣା ଅଭାବରୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉକ୍ରଳ ବିଶ୍ୱବିଦ୍ୟାଳୟର କମିଲା ମାନ୍ୟତା । ଏ ପ୍ଲସ ଗ୍ରେଡରୁ ଖସି ବାଣୀବିହାର ପାଇଛି ଏ ଗ୍ରେଡ । ବିଶ୍ୱବିଦ୍ୟାଳୟ ଗୁଡିକର ମାନ୍ୟତା ଧାର୍ଯ୍ୟ କରିବାକୁ ଗଠନ କରାଯାଇଛି ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେନଓ କାଉନସିଲ, ନାକ୍ । ଆଉ ୩.୧୬ ପଂଏଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
୫ ବର୍ଷରେ ଥରେ ନାକ୍, ସବୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନିର୍ଧାରଣ କରିଥାଏ । ଗତ ମାସରେ ନାକ ଟିମ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରି କାଉନସିଲକୁ ରିପୋର୍ଟ ଦେଇଥିଲା । ଏବେ ଗ୍ରେଡ କମିବା ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲିିଟିଛି । ଦୁର୍ବଳ ଗବେଷଣା ଓ ଭିତିଭୂମି ଠିକ ଭାବେ କାର୍ଯ୍ୟକ୍ଷମ ନ ହେବା ଏହାର କାରଣ ବୋଲି କୁହାଯାଉଛି ।
କାହିଁକି କମିଲା ବାଣୀବିହାରର ମାନ୍ୟତା?
ପ୍ରଭାବିତ ହେବ କି ଗବେଷଣା ଓ ଶିକ୍ଷା?
କୌଣସି ବିଶ୍ୱବିଦ୍ୟାଳୟର ମାନ୍ୟତା ଧାର୍ଯ୍ୟ କରିବା ପୂର୍ବରୁ ନାକ୍
-ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଯାଂଚ କରିଥାଏ
-ଶିକ୍ଷା, ପ୍ରଶାସନ ଭଳି ଭିତ୍ତିଭୂତ୍ତିଭୂମି ଦେଖିଥାଏ
-ବିଭାଗଗୁଡିକର କେମିତି ଚାଲିଛ ପାଠପଢା ଓ କେତେ ପିଲା ଗବେଷଣା କରୁଛନ୍ତି
– ଗବେଷଣା ପାଇଁ କି ନୂଆ ଭିତ୍ତିଭୂମି ସୃଷ୍ଟି ହୋଇଛି, ତାର ତଦାରଖ କରିଥାଏ
ଶିକ୍ଷାବତିଙ୍କ କହିବା ଅନୁସାରେ, ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ ଗବେଷଣାର ଅଭାବ ରହୁଛି । ଏହାଛଡା କରୋନା ଯୋଗୁଁ ପାଠପଢା , ଗବେଷଣା ଭିତିଭୂମି ପ୍ରଭାବିତ ହୋଇଛି । ଏହି ସମୟରେ ନାକ ଟିମ ଆସିବା ଠିକ ନୁହେଁ । ଏ ନେଇ ପୁଣି ଥରେ ନାକ ନିକଟରେ ଅପିଲ କରାଯିବା ଆବଶ୍ୟକ ବୋଲି ବି ମତ ପ୍ରକାଶ ପାଇଛି ।
ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଉକ୍ରଳ ବିଶ୍ୱବିଦ୍ୟାଳୟର ସାରା ଦେଶରେ ନାଁ ରହିଛି । କିନ୍ତୁ ହଠାତ ମାନ୍ୟତା ଖସିବା ସମସ୍ତଙ୍କୁ ବ୍ୟଥିତ କରିଛି । ଏ କ୍ଷେତ୍ରରେ ମାନ୍ୟତା ବୃଦ୍ଧି ପାଇଁ ରାଜ୍ୟସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସବୁପ୍ରକାରର ପଦକ୍ଷେପ ନେବାକୁ ମତ ଦେଇଛନ୍ତି ସବୁ ବର୍ଗର ଲୋକେ ।