ବାତ୍ୟା ଫୋନିର ପ୍ରଭାବ ପୁଣି ଘୁଞ୍ଚିଲା ଉତ୍କଳ ବିଶ୍ୱବିଦ୍ୟାଳୟର ପରୀକ୍ଷା । ଛାତ୍ରଛାତ୍ରୀଙ୍କ ସୁବିଧାକୁ ନଜରରେ ରଖି କର୍ତୃପକ୍ଷ ନେଲେ ନିଷ୍ପତ୍ତି

204

ପୂର୍ବରୁ ବାତ୍ୟା ଫୋନିକୁ ଆଖି ଆଗରେ ରଖି ୧୨ ତାରିଖକୁ ଘୁଞ୍ଚାଯାଇଥିବା ପରୀକ୍ଷାକୁ ପୁଣିଥରେ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷ । ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ସ୍ନାତକୋତ୍ତର ପରୀକ୍ଷାକୁ ୨୦ ମେ ୨୦୧୯ ଯାଏ ବାତିଲ୍ କରାଯାଇଛି। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ସ୍ଥିତି ଆଜି ପର‌୍ୟ୍ୟନ୍ତ ସ୍ବାଭାବିକ୍ ହୋଇପାରିନି। ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଛି। କ୍ୟାମ୍ପସରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକ କଟା ସରିନି। ଯେଉଁଥିପାଇଁ ବିଭିନ୍ନ ପିଜି ବିଭାଗର ସେମିଷ୍ଟର ପରୀକ୍ଷା ମେ’ ୭ ରୁ ୧୨ ତାରିଖ ପର‌୍ୟ୍ୟନ୍ତ ବାତିଲ୍ କରାଯାଇଥିଲା।

ସେପଟେ ବାତ୍ୟା ‘ଫୋନି’ ପାଇଁ ରେଭେନ୍ସା ବିଶ୍ବବିଦ୍ୟାଳୟ ସ୍ନାତକ ଓ ସ୍ନାତକୋତ୍ତର ସମସ୍ତ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୧୪ ତାରିଖରୁ ସ୍ନାତକର ଷଷ୍ଠ ଓ ସ୍ନାତକୋତ୍ତରର ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ। ଅନ୍ୟ ସମସ୍ତ ପରୀକ୍ଷା ଯଥା ସ୍ନାତକ ଦ୍ବିତୀୟ, ଚତୁର୍ଥ ଓ ସ୍ନାତକୋତ୍ତର ଦ୍ବିତୀୟ ସେମିଷ୍ଟାର ପରୀକ୍ଷା ଆସନ୍ତା ଜୁନ ୨୫ ତାରିଖରୁ ଆରମ୍ଭ ହେବ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଫୋନି ବାତ୍ୟା ଯୋଗୁଁ ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ବାୟୋ-ଟେକ୍ନୋଲଜି/ମାଇକ୍ରୋ-ବାୟୋଲଜି/ଏମ୍.ଏସ୍.ସି କମ୍ପ୍ୟୁଟର ସାଇନ୍ସ/ ଏମ୍.ଜେ.ଏମ୍.ସି/ଏଲ.ଏଲ.ଏମ୍ /ଓଡିଆ/ଆଇଏମବିଏ ଇତ୍ୟାଦି ବିଷୟ ଗୁଡିକର ପରୀକ୍ଷା ତାରିଖକୁ ପରିବର୍ତ୍ତନ କରାଯାଇଛି । ଷଷ୍ଠ ସେମିଷ୍ଟାର୍ (ସିବିସିଏସ୍) ତୃତୀୟ ବର୍ଷ ଏଲ.ଏଲ.ବି ଡିଗ୍ରୀ ପରୀକ୍ଷା ୧.୭.୨୦୧୯ ରେ ହେବ ।