ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ ଘୁଞ୍ଚିଲା +୩ ପରୀକ୍ଷା

130

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା । ଆସନ୍ତାକାଲି ଭାରତ ବନ୍ଦ ପାଇଁ +୩ ପଞ୍ଚମ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇ ଦିଆଯାଇଛି । ଏହି ତାରିଖରେ ହେବାକୁ ଥିବା ପରୀକ୍ଷା ୩୦ ତାରିଖରେ ହେବା ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି କର୍ତ୍ତୃପକ୍ଷ ।

କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ବିଲକୁ ବିରୋଧ କରି କୃଷକ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଆସନ୍ତା କାଲି ଏହି ଆନ୍ଦୋଳନକୁ ୪ ମାସ ପୁରିବାକୁ ଯାଉଥିବା ବେଳେ ଭାରତ ବନ୍ଦର ଡାକରା ଦେଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଆସନ୍ତା କାଲି ସକାଳ ୬ ରୁ ସନ୍ଧ୍ୟା ୬ ଟା ଯାଏ ଏହି ବନ୍ଦ ପାଳନ କରାଯିବ । ବନ୍ଦ ବେଳେ ପୁରା ଦେଶରେ ସଡକ, ରେଳ ପରିବହନ ସହ ବଜାର ବନ୍ଦ ରହିବ ବୋଲି କୁହାଯାଇଛି ।