ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ କ୍ୟାମ୍ପସ, ଜମୁଛି କ୍ୟାମ୍ପନିଙ୍ଗ୍ । ସେପଟେ ଅଶାନ୍ତି ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କଲେ କର୍ତ୍ତୃପକ୍ଷ । ନିଷ୍ପତିକୁ ଛାତ୍ର ସଂଗଠନର ବିରୋଧ

ଛାତ୍ର ସଂସଦ ନିର୍ବାଚନ ନେଇ ସରଗରମ କ୍ୟାମ୍ପସ, ଜମୁଛି କ୍ୟାମ୍ପନିଙ୍ଗ୍ । ସେପଟେ ଅଶାନ୍ତି ଲାଗି ଉତ୍କଳ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ୍ କଲେ କର୍ତ୍ତୃପକ୍ଷ । ନିଷ୍ପତିକୁ ଛାତ୍ର ସଂଗଠନର ବିରୋଧ

କନକ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଆସନ୍ତାକାଲି ଏନେଇ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ତେବେ ରାଜ୍ୟର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବ ନାହିଁ ଛାତ୍ର ସଂସଦ ନିର୍ବାଚନ । ଏହାର ପ୍ରତିବାଦରେ ଗତକାଲି ବାଣିବିହାର ପରିସରରେ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟାୟାର ଜାଲି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ର ସଂଗଠନ । ୨୦୧୮-୧୯ ବର୍ଷ ପାଇଁ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତୁପକ୍ଷ । ବାଣୀବିହାର ପରିସରରେ ଅଶାନ୍ତି ଲାଗି ରହୁଥିବାରୁ ବିଶ୍ୱବିଦ୍ୟାୟଳୟ ପିଜି କାଉଁସିଲ୍ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏନେଇ କର୍ତୁପକ୍ଷଙ୍କ ତରଫରୁ ମଧ୍ୟ ବିଜ୍ଞପ୍ତି ଜାରି କରାଯାଇଛି ।

publive-image

ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ବିଭାଗ ଶୁକ୍ରବାର ଘୋଷଣା କରିବା ପରେ ରାଜ୍ୟର ମହାବିଦ୍ୟାଳୟଠାରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା। ଛାତ୍ରଛାତ୍ରୀମାନେ କ୍ୟାମ୍ପସରେ ନିଜ ନିଜର ପତିଆରା ଜାହିର ପାଇଁ ଲାଗି ପଡ଼ିଥିଲେ। ଶନିବାର କ୍ୟାମ୍ପସଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଥିଲା। ତେବେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଉ ମାତ୍ର ୧୩ ଦିନ ଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ନିର୍ବାଚନ ବାତିଲ ପାଇଁ କର୍ତୃପକ୍ଷଙ୍କ ଘୋଷଣା ଛାତ୍ରଛାତ୍ରୀଙ୍କୁ ଶକ୍ତ ଧକ୍କା ଦେଇଛି।

publive-image

ବିଭିନ୍ନ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଓ ମାର୍ପିଟ ଯୋଗୁଁ ବର୍ଷତମାମ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିବା, ରାଜନୈତିକ ଦଳଗୁଡ଼ିକର ପରୋକ୍ଷ ହସ୍ତକ୍ଷେପ ଯୋଗୁଁ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିବା, କ୍ୟାମ୍ପସ ଅଶାନ୍ତ ରହୁଥିବାରୁ କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ ମଧ୍ୟ କ୍ୟାମ୍ପସରେ ଚାପା ଉତ୍ତେଜନା ଯୋଗୁଁ ନିର୍ବାଚନକୁ ବାତିଲ କରାଯାଇଥିଲା। ତେଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ କି ନାହଁ ବୋଲି ସମସ୍ତଙ୍କ ମନରେ ଦ୍ବନ୍ଦ୍ବ ରହିଥିଲା। ଏଭଳି ନିଷ୍ପତ୍ତି ପରେ ପୂର୍ବତନ ସଭାପତିମାନେ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe