କନକ ବ୍ୟୁରୋ: ୨୦୩୦ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ପାଇବ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ । ଭିଜନ୍-୨୦୩୦ ନକ୍ସା ଆଙ୍କି ସେହି କ୍ରମରେ ଚାଲିବ ପ୍ରକଳ୍ପ କାମ । ଓଡ଼ିଶା ସରକାରଙ୍କ ଇଡକୋ ପରିଚାଳନାରେ ଏହି କାମ ହେବ । ଗତକାଲି ବିଶ୍ୱବିଦ୍ୟାଳୟ ରଜତ ଜୟନ୍ତୀ ଓ ୨୫ ତମ ପ୍ରତିଷ୍ଠା ଦିବସ ସମାରୋହରେ ଏହି ଉପରେ ଆଲୋଚନା ହୋଇଛି ।

Advertisment

ପ୍ରତିଷ୍ଠା ଦିବସ ସମାରୋହରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୂଜାତା କାର୍ତିକେୟନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆସନ୍ତାବର୍ଷ କ୍ୟାମ୍ପସର ନୂଆ ଅଡିଟୋରିୟମ୍ ପ୍ରତିଷ୍ଠା ହେବ ବୋଲି ସେ ଘୋଷଣା କରିଛନ୍ତି ।