କନକ ବ୍ୟୁରୋ : ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲିଟି ଉତ୍କଳ ହସ୍ପିଟାଲର ପରିସରରେ ଗତ ୨୪.୦୪.୨୦୨୪ ଦିନ ଉତ୍କଳ Nuclear Medicine Update ୨୦୨୪ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି ।

Advertisment

ଏହି କର୍ମଶାଳାରେ ପ୍ରାରମ୍ଭିକ ଉଦବୋଧନ ଦେଇ ଉତ୍କଳ ହସ୍ପିଟାଲର Dean Director prof Dr.P.K.Das କହିଥିଲେ, ଉତ୍କଳ ହସ୍ପିଟାଲ ସାରା ଓ଼ଡିଶା ତଥା ପଡ଼ୋଶୀ ରାଜ୍ୟରେ Nuclear Medicine କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଅଛି ।  ହସ୍ପିଟାଲର Nuclear Medicine ବିଭାଗିୟ ମୁଖ୍ୟ Dr. Saroj Kumar Sahu ତାଙ୍କ ସନ୍ଦର୍ଭରେ କହିଥିଲେ ଯେ ମେଡିକାଲ୍ କ୍ଷେତ୍ରରେ ବିଭିନ୍ନ ରୋଗୀଙ୍କ ପାଇଁ Nuclear Medicine ର ଉପାଦେୟତା କେବଳ ରୋଗ ଚିହ୍ନଟରେ ସୀମିତ ନୁହେଁ, ଚିକିତ୍ସା କ୍ଷେତ୍ରରେ ବି ବିଶେଷ ସହାୟତା ହୋଇଥାଏ ।  ଏହି କ୍ଷେତ୍ରରେ ଉତ୍କଳ ହସ୍ପିଟାଲରେ କଣ କଣ ସୁବିଧା ଅଛି ସେସବୁ ବିଷୟରେ ଯୋଗଦେଇଥିବା ଡାକ୍ତର ମାନଙ୍କ ସହିତ ସାମ୍ନାସାମ୍ନି ବିସ୍ତୃତ ଭାବେ ଆଲୋଚନା କରିଥିଲେ।
publive-imageଶେଷରେ ହସ୍ପିଟାଲର Director Medical Services Dr. Ranjan Kumar Mohapatra ସୂଚାଇଥିଲେ ଯେ ଏପରି କର୍ମଶାଳା ଏଠାରେ ପ୍ରତିବର୍ଷ କରାଯିବାକୁ ଯୋଜନା ରହିଛି। ଏହି କର୍ମଶାଳାରେ ଉତ୍କଳ ହସ୍ପିଟାଲର Nuclear Medicine RSO Smt.Latika Devi ମଞ୍ଚ ପରିଚାଳନା କରିଥିଲେ ।