ଉତ୍କଳ ଦିବସ ପାଳନ ଉପରେ କଟକଣା : ହୋଇ ପାରିବନି ବଡ ସମାବେଶ; କୋଭିଡ୍ କଟକଣା ମାନିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସରକାରୀ ସ୍ତରରେ ୨୦୦ ଲୋକଙ୍କ ମଧ୍ୟରେ ବୈଠକକୁ ମିଳିବ ଅନୁମତି ; ଘରୋଇ କ୍ଷେତ୍ରରେ ପାଳନ ପାଇଁ ନେବାକୁ ପଡିବ ଅନୁମତି

356

କନକ ବ୍ୟୁରୋ : କରୋନା କାଳରେ ଉତ୍କଳ ଦିବସ ପାଳନ ପାଇଁ ଆସିଲା ଗାଇଡଲାଇନ୍ । ଏଥର କରୋନା କଟକଣାରେ ପାଳନ ହେବ ଉତ୍କଳ ଦିବସ । ଏନେଇ ସ୍ପେଶାଲ ରିଲିଫ୍ କମିଶନର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ସଂକ୍ରମଣକୁ ନଜରରେ ରଖି ଚଳିତ ବର୍ଷ ଉତ୍କଳ ଦିବସ ପାଳନ ଉପରେ କଟକଣା ଜାରି ହୋଇଛି ।

ଉତ୍କଳ ଦିବସ ପାଳନ ସମୟରେ ରାଜ୍ୟରେ କୌଣସି ସ୍ଥାନରେ ବହୁ ମାତ୍ରାରେ ଲୋକଙ୍କ ସମାଗମ, ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି । ସରକାରୀ ବୈଠକ ଏବଂ ଉତ୍ସବ ପାଳନରେ ସର୍ବାଧିକ ୨୦୦ ଲୋକଙ୍କୁ ସାମିଲ ହେବାକୁ ଅନୁମତି ମିଳିଛି । କିନ୍ତୁ ସାମାଜିକ ଦୂରତା ରକ୍ଷା , ମାସ୍କ ପିନ୍ଧିବା ବାଧ୍ୟତାମୂଳକ ସହିତ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସଭା ବାଦ୍ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାଦ୍ ଦିଆଯାଇଛି ।

ସେହିପରି ସାମାଜିକ, ସାଂସ୍କୃତିକ, କ୍ରୀଡା, ମନୋରଂଜନ, ଶିକ୍ଷାନୁଷ୍ଠାନ ତଥା ଧାର୍ମିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରି ହୋଇଛି । ତେବେ ଅନ୍ୟ କୌଣସି ସଂଗଠନ କରୋନା ନିୟମ ପାଳନ କରି ଉତ୍କଳ ଦିବସ ପାଳନ କରିବାକୁ ଚାହିଁଲେ ସ୍ଥାନୀୟ ପ୍ରଶାସନ ଠାରୁ ନେବାକୁ ପଡିବ ଅନୁମତି । ଜିଲ୍ଲାପାଳ, ମୁନିସିପାଲ ଚେୟାରମ୍ୟାନଙ୍କ ଠାରୁ ଅନୁମତି ନେଇପାରିବେ । ଉତ୍କଳ ଦିବସ ପାଳନରେ କରୋନା କଟକଣାକୁ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।