ୟୁଏଇରେ ବଢୁଛି ଓଡ଼ିଆଙ୍କ ସଂଖ୍ୟା : ଓଡ଼ିଶା ସମାଜ ପକ୍ଷରୁ ୟୁଏଇରେ ପାଳିତ ହୋଇଛି ଉତ୍କଳ ଦିବସ

32

କନକ ବ୍ୟୁରୋ : ୟୁଏଇରେ ଦିନକୁ ଦିନ ବଢିଚାଲିଛି ଓଡ଼ିଆଙ୍କ ସଂଖ୍ୟା । ତେଣୁ ଓଡ଼ିଶା ସମାଜ ୟୁଏଇ ପକ୍ଷରୁ ଖୁବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଛି ଉତ୍କଳ ଦିବସ । କନସୁଲେଟ ଅଫ ଇଣ୍ଡିଆର ସହଯୋଗରେ ସ୍ଥାନୀୟ ଗ୍ଲୋବାଲ ଇଣ୍ଡିଆନ ଇଂଟନ୍ୟାସନାଲ ସ୍କୁଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ମରଣିକା ‘ଓଡ଼ିଆ ସଂଯୁକ୍ତ ଆରବ’ର ସପ୍ତମ ସଂସ୍କରଣ ଉନ୍ମୋଚିତ ହୋଇଥିଲା ।

ସେପଟେ କଥକ ନୃତ୍ୟୁ ଗୁରୁ ନିଶି ସିଂ ଓ ଭାରତନାଟ୍ୟମ ଗୁରୁ ପୂଜା ଉନ୍ନିଙ୍କୁ ଏକଲବ୍ୟ ପୁରସ୍କାର କରାଯାଇଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରୁ ଶାସ୍ୱତ ଯୋଶୀଙ୍କ ଲାସ୍ୟକଳା ଏକାଡ଼େମୀର କଳାକାରମାନେ ବନ୍ଦେ ଉକ୍ରଳ ଜନନୀ ପରିବେଷଣ କରିଥିଲେ । ଏହାସହ କୁନି କୁନି ପିଲାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।