ଉତ୍କଳ ଦିବସ : ଏକ ଆନ୍ଦୋଳନର ପରିଭାଷା

39

ଉତ୍କଳ ଅର୍ଥାତ୍ ଉତ୍କଷ୍ଟ କଳାର ଦେଶ । ବିଶ୍ୱରେ, କେଉଁଠାରେ ବି ଏପରି ମନମୁଗ୍ଧକର ସୌନ୍ଦର୍ଯ୍ୟମୟୀ କଳା,ଭାଷା,ସଂସ୍କୃତି ତଥା ସାମାଜିକ ମୂଲ୍ୟବୋଧ ଭଳି ଅନେକ ବୈଶିଷ୍ଟ୍ୟତାର ସମିଶ୍ରଣ ଦେଖିବାକୁ ମିଳିବ ନାହିଁ ଯାହା କେବଳ ଓଡିଶାରେ ଅନୁଭୂତ । ତେବେ ଏହାକୁ ମନେରଖିବା ପାଇଁ ଏପ୍ରିଲ ୧କୁ ଉକ୍ରଳ ଦିବସ ରୂପେ ପାଳନ କରିବା ହେଉଛି ପ୍ରତ୍ୟେକ ଓଡିଆ ପାଇଁ ଗୌରବର ବିଷୟ । ଅତୀତର ମହାନାୟକ ,ସେନାନାୟକ ଏବଂ ଚିନ୍ତାନାୟକମାନଙ୍କ ଅବଦାନକୁ ମନେ ପକାଇବା ପାଇଁ ଏହି ଦିବସଟି ଉତ୍ସର୍ଗିକୃତ । ଖ୍ରୀଷ୍ଟପୂର୍ବଠାରୁ ବ୍ରିଟିଶ ଅମଳ ପର୍ଯ୍ୟନ୍ତ ଅନେକ ସାମାଜ୍ର୍ୟ ଦ୍ୱାରା ଶାସିତ ଏହି ରାଜ୍ୟରେ ବୈଶିଷ୍ଠତାର ମୂଲ୍ୟବୋଧ କେବେ କମ ହୋଇ ନାହିଁ ।

ଓଡିଆ ଜାତିର ସ୍ୱତନ୍ତ୍ରତାକୁ ଅକ୍ଷୂର୍ଣ୍ଣ ରଖିବା ପାଇଁ ଯୁଗାନୁକ୍ରମେ ଅନେକ ଅବଦାନ ଏହାର ଇତିହାସରେ ଲିପିବଦ୍ଧ । ଏପ୍ରିଲ ୧, ୧୯୩୬ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ଏହା ଭିତରେ ପାଖାପାଖି ୮୨ବର୍ଷ ବିତିବାକୁ ବସିଲାଣି । ଅତୀତର କଥାକୁ ମନେ ପକାଇବା ପାଇଁ ଏକ ନିର୍ଦ୍ଦିଷ୍ଟ ଦିବସ ପାଳନ କରିବା ଯଦିଓ ପ୍ରଯୁଯ୍ୟ ହୋଇପାରେ । କିନ୍ତୁ ଉତ୍କଳ ଦିବସ କେବଳ ଏକ ଦିବନ ନୁହେଁ ବରଂ ଏହା ଏକ ଆନ୍ଦୋଳନର ପରିଭାଷା ହେବା ନିତ୍ୟାନ୍ତ ଆବଶ୍ୟକ ।

ଆଜିର ଏହି ବିଜ୍ଞାନ ଯୁଗରେ ଆମେ ନିଜର ମୂଲ୍ୟବୋଧକୁ ହରାଇବା ପାଇଁ ପଛାଇନାହୁଁ । ଅନେକ କ୍ଷେତ୍ରରେ ଦେଖାଦେଇଛି ପରିବର୍ତ୍ତନ ତେବେ ସେଥିରେ ଆମର କଳା, ସଂସ୍କୃତି,ଭାଷା ବା କିପରି ବାଦ୍ ପଡିବ ।

କିନ୍ତୁ ଅତୀତର ମହାମନିଷୀଙ୍କଠାରେ ଆମେ ଶିଖି ଓଡିଆ ଜାତିକୁ ନିଜର ସଂପୂର୍ଣ୍ଣ ଅବଦାନ ଦେବା ଆମର କର୍ତ୍ତବ୍ୟ । ତେବେ ଆମର ପ୍ରଶ୍ନ କି ଗୋଟିଏ ସାଧାରଣ ଓଡିଆକୁ ଓଡିଆ ଭାଷା, ସଂସ୍କୃତି, କଳା ଓ ଓଡିଶା ବିଷୟରେ କେତେ ଜଣା ଥାଏ ? ତେବେ ଯେଉଁଦିନ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ପ୍ରୟାସ କରିବ ସେହିଦିନ ଉତ୍କଳ ଓ ଏହାର ବରପୂତ୍ରମାନଙ୍କ ଜୀବନ ସାର୍ଥକ ହୋଇଯିବ ।