କନକ ବ୍ୟୁରୋ: ମୁହାଁମୁହିଁ ହେଲେ ଦୁଇ ପ୍ରଯୋଜକ ଗୋଷ୍ଠୀ । ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସରେ ଉତ୍ତେଜନା ଦେଖାଦେଇଛି । ସାମ୍ବାଦିକ ସମ୍ମିଳନୀକୁ ନେଇ ପାଟିତୁଣ୍ଡ ହୋଇଛି । ପ୍ରାଥମିକ ଭାବେ ସୂଚନା ମିଳିଛି ଯେ ନିର୍ବାଚନକୁ ନେଇ ଏହି ଘଟଣା ଘଟିଛି । ଟୁଟୁ ନାୟକ ୟୁସିସିରେ ଅନିୟମିତତା କରିଥିବା ଅଭିଯୋଗ ହୋଇଥିଲା । ବର୍ତ୍ତମାନର ଅଧ୍ୟକ୍ଷ ଏବଂ ସାଧାରଣ ସମ୍ପାଦକ ଏହି ଅଭିଯୋଗ କରିଥିଲେ । ଏହି ଅଭିଯୋଗ ପରେ ଟୁଟୁ ନାୟକଙ୍କ ସମର୍ଥକ ମଧ୍ୟ ପାଲଟା ଅଭିଯୋଗ ଆଣିଥିଲେ । ସେମାନଙ୍କ ବିନା ଅନୁମତିରେ କେମିତି ଅନ୍ୟମାନଙ୍କୁ କାର୍ଯ୍ୟଭାର ଦିଆଗଲା ବୋଲି ପ୍ରଶ୍ନ କରିଥିଲେ । ପରସ୍ପର ଗୋଷ୍ଠୀ କାଗଜ ଫୋପଡାଫୋପଡି କରିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ସେମାନେ ଏହି ସ୍ଥାନରେ ହାତାହାତି ମଧ୍ୟ ହୋଇଥିଲେ ।

Advertisment