କନକ ବ୍ୟୁରୋ: ଆଦିତ୍ୟ ବିର୍ଲା ଗ୍ରୁପର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ (ୟୁଏଆଇଲ) ବହୁବିଧ ପ୍ରକଳ୍ପରେ ଗଭୀର ଭାବରେ ନିୟୋଜିତ ରହିଛି ଯାହା ବଂଚିତ ବର୍ଗଙ୍କ ଜୀବନରେ ଗୁଣାତ୍ମକ ପାର୍ଥକ୍ୟ ଆଣୁଛି। ଏହାର ପ୍ରମୁଖ ପ୍ରୟାସ ଗୁଡିକ ମଧ୍ୟରେ ଅନ୍ୟତମ ହେଉଛି ସ୍ୱାସ୍ଥ୍ୟଯତ୍ନ। ଏହା ନିଜର ଉତ୍କଳ ହସ୍ପିଟାଲ, ନୂଆପଡା ସ୍ୱାସ୍ଥ୍ୟକେନ୍ଦ୍ରସମୂହ ଏବଂ ମାଇନ୍ସ ଓପିଡ଼ି (ବହିଃରୋଗୀ ବିଭାଗ) ସହିତ 'ନିରୋଗଶାଳା' ଶୀର୍ଷକରେ ଏକ ବୃହତ ସ୍ୱାସ୍ଥ୍ୟ ପ୍ରୟାସ ଆରମ୍ଭ କରିଛି।
ଗ୍ରାମ ସ୍ତରରେ ଦାତବ୍ୟ ଚିକିତ୍ସା କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ଏହି ନିରୋଗଶାଳାଗୁଡିକ ଜରିଆରେ ଏହା ଜନସାଧାରଣଙ୍କୁ ସେବା ଯୋଗାଇ ଦେଉଛି। ସମ୍ପ୍ରତି ସେଗୁଡିକ ଚାରିଟି ଗ୍ରାମରେ ସ୍ଥାପନ କରାଯାଇଛି। ଓଡ଼ିଶାର ରାୟଗଡା ଓ କଳାହାଣ୍ଡି ଜିଲ୍ଲାରେ ଥିବା ଉକ୍ତ ଗ୍ରାମଗୁଡିକ ହେଉଛି ଅଣ୍ଡିରାକଞ୍ଚ, ପି କୂପଖାଲ, ପୋଡାପାଡି ଓ ଗୋପୀନାଥପୁର। ମଜହର ବେଗ, ୟୁନିଟ ହେଡ ଓ ପ୍ରେସିଡେଣ୍ଟ, ଉତ୍କଳ ଆଲୁମିନା ଓ ଆଦିତ୍ୟ ଆଲୁମିନା କହିଛନ୍ତି, "ଏହି ଆଦିବାସୀ ବହୁଳ ଆଭ୍ୟନ୍ତରୀଣ ଅଂଚଳରେ ସ୍ୱାସ୍ଥ୍ୟଯତ୍ନ ମାନରେ ଉନ୍ନତି ଆଣିବାର ଜରୁରୀ ଆବଶ୍ୟକତା ପ୍ରତି ୟୁଏଆଇଏଲ ଧ୍ୟାନ ଦେବା ସହିତ ଜନସାଧାରଣ ସମ୍ମୁଖୀନ ହେଉଥିବା ଆହ୍ୱାନ ଓ ସେଗୁଡିକର ସମାଧାନ ସମ୍ପର୍କରେ ଅନୁଧ୍ୟାନ। ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ 'ନିରୋଗଶାଳା'ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରୁଛି। ଏହି ଦାତବ୍ୟ ଚିକିତ୍ସା କେନ୍ଦ୍ରଗୁଡିକ ସୁଲଭ ଓ ପୂର୍ଣ୍ଣାଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟଯତ୍ନ ଯୋଗାଇ ଦେଉଛନ୍ତି । ଏହି ପ୍ରୟାସ ସ୍ବାସ୍ଥ୍ୟଗତ ପ୍ରଦର୍ଶନରେ ଉଲ୍ଲେଖନୀୟ ଅବଦାନ ରଖୁଛି।"
ପ୍ରତ୍ୟେକ ଦାତବ୍ୟ ଚିକିତ୍ସା କେନ୍ଦ୍ରରେ ପ୍ରମାଣିକୃତ ସ୍ୱାସ୍ଥ୍ୟ କର୍ମଚାରୀ, ଛଅ ଜଣ ଫାର୍ମାସିଷ୍ଟ, ଚାରିଜଣ ସହାୟକ ରହିଛନ୍ତି। ସ୍ବାସ୍ଥ୍ୟଗତ ପରାମର୍ଶ, ସ୍ୱାସ୍ଥ୍ୟ ଯାଞ୍ଚ ଓ ଜରୁରୀ ସ୍ୱାସ୍ଥ୍ୟଯତ୍ନ ସହିତ ମାଗଣା ଔଷଧ ଆଦି ପ୍ରମୁଖ ସୁବିଧା 'ନିରୋଗଶାଳା' ଛାତ ତଳେ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ବେଗ ଉଲ୍ଲେଖ କରିଛନ୍ତି। ଉତ୍କଳ ଆଲୁମିନାର ପ୍ରୟାସକୁ ପ୍ରସଂଶା କରି ଶ୍ରୀ ଧନସିଂ ମାଝୀ, ସରପଞ୍ଚ, ଗୋପୀନାଥପୁର କହିଛନ୍ତି, "ନିରୋଗଶାଳା ସ୍ଥାପନ ଆମ ଜନ ସମୁଦାୟ ପାଇଁ ଆଶୀର୍ବାଦ ରୁ କିଛି କମ ନୁହେଁ। ଏହା ଆମକୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟସେବାର ସୁଯୋଗ ଯୋଗାଇ ଦେଉଛି, ଯାହା ପୂର୍ବରୁ ଆମପାଇଁ ଅପହଞ୍ଚ ଥିଲା। ତାଲିମପ୍ରାପ୍ତ ସ୍ୱସ୍ଥ୍ୟସେବା ପ୍ରଦାନକାରୀଙ୍କ ଉପସ୍ଥିତି ସହିତ ଔଷଧ ଓ ଚିକିତ୍ସା ଉପକରଣର ଉପଲବ୍ଧତା ଆମ ଗ୍ରାମବାସୀ ଯେଭଳି ସେମାନଙ୍କ ଦ୍ୱାରଦେଶରେ ସମୟୋଚିତ ଓ ଗୁଣାତ୍ମକ ସ୍ୱସ୍ଥ୍ୟସେବା ପାଇବେ ତାହା ସୁନିଶ୍ଚିତ କରୁଛି।"
ଗ୍ରାମ ଦାତବ୍ୟ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକ ବହୁବିଧ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ଦୃଷ୍ଟି ଦେଉଛି, ଯେଉଁଗୁଡିକ ମୁଖ୍ୟତଃ ଗ୍ରାମାଞ୍ଚଳ ଜନସାଧାରଣ ସମ୍ମୁଖୀନ ହୋଇଥାନ୍ତି। ଏଗୁଡିକ ସାଧାରଣ ସର୍ଦ୍ଦି ଠାରୁ ନେଇ ଚର୍ମରୋଗ, ପାକସ୍ଥଳୀ ସମସ୍ୟା, ତଳିପେଟ ଯନ୍ତ୍ରଣା, ଆଣ୍ଠୁଗଣ୍ଠି ବିନ୍ଧ, ଆଳସ୍ୟ, ଉଚ୍ଚ ରକ୍ତଚାପ, ମଧୁମେହ, ଆଘାତ, ଅପପୁଷ୍ଟି ଓ ଭିଟାମିନ ଅଭାବ ଆଦି ସମ୍ପର୍କିତ। ଗୋଟିଏ ଗୋଟିଏ ନିରୋଗଶାଳାକୁ ଦୈନିକ ହାରାହାରି ୩୫ ଜଣ ରୋଗୀ ଆସୁଛନ୍ତି। ଗତ ବର୍ଷକ ମଧ୍ୟରେ ଚାରିଟି ନିରୋଗଶାଳା ୨୮୫୧୨ ଜଣ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛି ଏବଂ ଏହାଦ୍ୱାରା ସ୍ଥାନୀୟ ଜନସାଧାରଣଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱସ୍ଥ୍ୟସେବା ଯୋଗାଣ ସ୍ଥଳ ଭାବରେ ନିଜର ଭୂମିକା ପ୍ରତିପାଦିତ କରିଛି।
ଏକ ଦାୟିତ୍ବସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ଼ ଆଦିବାସି ଅଧ୍ୟୁଷିତ ପଛୁଆ ଅଂଚଳରେ ସାମାଜିକ-ଅର୍ଥନୈତିକ କଲ୍ୟାଣ ଏବଂ ଜନ ଜୀବନର ରୂପାନ୍ତରଣ ନିମନ୍ତେ ପ୍ରତିବଦ୍ଧ ରହିଛି। ୟୁଏଆଇଏଲର ସମସ୍ତ ପ୍ରକଳ୍ପ ଶ୍ରୀମତୀ ରାଜଶ୍ରୀ ବିର୍ଲାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିବା ଆଦିତ୍ୟବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭସ ଆଣ୍ଡ ରୁରାଲ ଡେଭେଲପମେଣ୍ଟ ମାର୍ଗଦର୍ଶନରେ କାର୍ଯ୍ୟକାରୀ ହେଉଛି। ଉତ୍କଳର ନିୟୋଜନତା ଓଡ଼ିଶାର୨୫ ଗ୍ରାମପଂଚୟତର ୨୩୨ ଗ୍ରାମରେ ପରିବ୍ୟାପ୍ତ ହୋଇଛି। ୟୁଏଆଇଏଲ ତାହାର ପାଞ୍ଚସୁତ୍ରୀ ପ୍ରୟାସ ଯଥା: ଶିକ୍ଷା, ସ୍ୱାସ୍ଥ୍ୟଯତ୍ନ, ଦୀର୍ଘସ୍ଥାୟୀ ଜୀବିକା, ଗ୍ରାମାଞ୍ଚଳ ଭିତ୍ତିଭୂମି ଏବଂ ୟୁଏନଏସଡିଜି ଆଧାରରେ ସେମାନଙ୍କ ସାମାଜିକ- ଅର୍ଥନୈତିକ ସମସ୍ୟାଗୁଡିକର ସମାଧାନ ପ୍ରତି ଦୃଷ୍ଟିଦେଇ ୨,୦୧,୦୦୦ ରୁ ଅଧିକ ଲୋକଙ୍କ ଜୀବନକୁ ସମୃଦ୍ଧ କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/Pic-2.jpg)