କନକ ବ୍ୟୁରୋ : ଆଜିଠୁ ଉଠ ଓଡ଼ିଶା ସଂକଳ୍ପ ଯାତ୍ରା । ପୁରୀ ଶ୍ରୀମନ୍ଦିର ନିକଟରୁ ଯାତ୍ରା ବାହାରି ବୀର ହରେକୃଷ୍ଣପୁର, ସୁଆଣ୍ଡୋ, ସତ୍ୟବାଦୀ, ଧଉଳି ଦେଇ ୧୪ ତାରିଖ ଦିନ ଯାତ୍ରାର ସମାପନ ଭୁବନେଶ୍ୱରରେ ହେବ । ସଙ୍ଗଠନର ଶତାଧିକ ସଦସ୍ୟ ଏହି ଯାତ୍ରାରେ ଯୋଗଦେଇ ବିଭିନ୍ନ ଗାଁ ବୁଲି ଲୋକଙ୍କ ମଧ୍ୟରେ ଓଡିଆ ଅସ୍ମିତାର ବାର୍ତା ପ୍ରଚାର କରିବେ ।

ଯାତ୍ରା ଶେଷରେ ଭୁବନେଶ୍ୱରରରେ ଏକ ଜନସଭା କରାଯିବ । "ପ୍ରାକୃତିକ ଧନରାଜିରେ ଭରପୁର ଓଡ଼ିଶା ଆଉ ଅଳ୍ପ କେଇ ବର୍ଷ ପରେ ସ୍ୱତନ୍ତ୍ର ପ୍ରଦେଶ ଗଠନକୁ ୧୦୦ ବର୍ଷ ପାଳନ କରିବ । ତଥାପି ଶିକ୍ଷା, ସ୍ୱାସ୍ଥ୍ୟ, ବେକାରୀ, ମଦ ବିଭୀଷିକା ଓ ଦାଦନ ସମସ୍ୟା ଓଡିଆଙ୍କୁ ଆନ୍ଦୋଳିତ କରୁଛି । ଏପରି ସାଂପ୍ରତିକ ପରିସ୍ଥିତିକୁ ନେଇ ବିଚଳିତ ଥିବା ତଥା ଏକ ବିକଶିତ ଓଡ଼ିଶାର ସ୍ୱପ୍ନ ଦେଖୁଥିବା ଶୁଦ୍ଧ ଓଡ଼ିଆଙ୍କୁ ସନ୍ଧାନ କରିବା ପାଇଁ ‘ଉଠ ଓଡ଼ିଆ’ ତରଫରୁ "ଶ୍ରୀକ୍ଷେତ୍ରରୁ ଏକାମ୍ର କ୍ଷେତ୍ର’କୁ ଏହି ପଦଯାତ୍ରା ଆୟୋଜନ କରାଯାଉଛି ।