ବାରମ୍ବାର ଚୋରି ପରେ ସନ୍ଦେହ କରି ଚୋରକୁ କାବୁ କଲେ ଗ୍ରାମବାସୀ । ନିସ୍ତୁକ ପିଟିଲେ, ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ

Advertisment
ବାରମ୍ବାର ଚୋରି ପରେ ସନ୍ଦେହ କରି ଚୋରକୁ କାବୁ କଲେ ଗ୍ରାମବାସୀ । ନିସ୍ତୁକ ପିଟିଲେ, ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲେ

କନକ ବ୍ୟୁରୋ : କଥାରେ ଅଛି ଚୋରକୁ ମାଡ ପଚାରେ କିଏ । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଯାଜପୁରରେ । ଘରୁ ଚୋରୀ କରୁଥିବା ବେଳେ ଧରାପଡିବା ପରେ ଚୋରକୁ ନିସ୍ତୁକ ମାଡ ମାରିଛନ୍ତି ଲୋକେ । ମାଡ ମାରିବା ସହ ବେକରେ ଜୋତାମାଳ ପକାଇ ଗଛରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି । ଯାଜପୁର ଟାଉନ ମାକଣ୍ଡପୁର ଗାଁରେ ଏଭଳି ଘଟଣା ଘଟିଛି । କିଛି ଦିନ ହେବ ଗାଁରୁ ବାସନ ସାମ୍ରଗୀ, ମୋବାଇଲ ସହ ଅନ୍ୟାନ୍ୟ ଜିନିଷପତ୍ର ଚୋରି ହେଉଥିଲା । ଆଜି ସକାଳୁ ଚୋର ଜଣଙ୍କ ଘରେ ପଶି ଚୋରି କରୁଥିବା ବେଳେ ଗ୍ରାମାବାସୀଙ୍କ ହାବୁଡରେ ପଡିଯାଇଥିଲା ଚୋର । ଶେଷରେ ଚୋରକୁ ପୁଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe