କନକ ବ୍ୟୁରୋ : ଚୀନ ଓ ତାଇୱାନ ମଧ୍ୟରେ ଏବେ ଯୁଦ୍ଧ ଆଶଂକା ରହିଛି । ଚୀନ ତାଇୱାନକୁ ବାରମ୍ବାର ଧମକ ଦେବା ସହ ତାଇୱାନ ସୀମାରେ ଚୀନ ସାମରିକ ବିମାନ ଉଡାଇବା ପରେ ତାଇୱାନକୁ ସମର୍ଥନ କରିଛି ଆମେରିକା । ଏହି କ୍ରମରେ ଆମେରିକା ଆଜି ତାଇୱାନ ସୀମାରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ବିମାନବାହାକ ଜଳ ଜାହାଜ ନିୟୋଜିତ କରିଛି । ଏହି ଯୁଦ୍ଧ ଜାହାଜରେ ଯୁଦ୍ଧ ସମ୍ବୋନ୍ଧିତ ସମସ୍ତ ସ୍ୱତନ୍ତ୍ରତା ରହିଛି ।

Advertisment

ନିମିଟ୍ଜ ଶ୍ରେଣୀରେ ପରମାଣୁ ଇନ୍ଧନ ଦ୍ୱାରା ଚାଳିତ ୧୦ ଟି ବିମାନ ବାହାକ ରହିଛି । ଯାହା ମଧ୍ୟରୁ ରୋନାଲ୍ଡ ରେଗାନ ଅନ୍ୟତମ । ୨୦୦୩ ଜୁଲାଇ ୧୨ ତାରିଖରେ ଏହାକୁ ଆମେରିକା ନୌସେନା କାର୍ଯ୍ୟକ୍ଷମ କରିଥିଲା । ସେହି ସମୟରୁ ଏହା ଆମେରିକା ନୌସେନାରେ ଫ୍ଲାଗସିପ ଯୁଦ୍ଧ ଜାହାଜ ଭାବେ ସକ୍ରିୟ ରହିଛି । ଏହାର ଓଜନ ୧.୦୧ ନିୟୁତ ଟନରୁ ଅଧିକ ହୋଇଥିବା ବେଳେ ଏହାର ଦୈର୍ଘ୍ୟ ୧୦୯୨ ଫୁଟ୍ । ଏହା ଦୁଇଟି ପରମାଣୁ ରିଆକ୍ଟର ଶକ୍ତି ପ୍ରଦାନ କରିଥାଏ ।

ୟୁଏସଏସ ରୋନାଲ୍ଡ ରେଗାନର ଚାରୋଟି ବାଷ୍ପ ଟର୍ବାଇନ ରହିଛି । ଏହା ଘଂଟାପ୍ରତି ୫୬ କିଲୋମିଟର ବେଗରେ ସମୁଦ୍ର ମଧ୍ୟରେ ଗତିକରିପାରେ । ଏହାର ପରିସର ଅସୀମିତ ହୋଇଥିବା ବେଳେ ଏହା ୨୦ ରୁ ୨୫ ବର୍ଷ ପର୍ଯ୍ୟନ୍ତ ରହିପାରେ । ଏହି ବିମାନ ବାହକରେ ୯୦ ଟି ସ୍ଥିର ୱିଙ୍ଗ ବିମାନ ଓ ହେଲିକପ୍ଟର ନିୟୋଜିତ କରାଯାଇ ପାରିବ ।

ୟୁଏସଏସ ରୋନାଲ୍ଡ ରେଗାନରେ ତିନି ପ୍ରକାରର ମାରାତ୍ମକ ଅସ୍ତ ଶସ୍ତ୍ର ନିୟୋଜିତ ରହିଛି । ପ୍ରଥମଟି ହେଉଛି ବିକଶିତ ସାଗର ସ୍ପାରୋ କ୍ଷେପଣାସ୍ତ୍ର, ଦ୍ୱିତୀୟଟି ହେଉଛି ରୋଲିଂ ଏୟାରଫ୍ରେମ କ୍ଷେପଣାସ୍ତ୍ର ଏବଂ ତୃତୀୟଟି ହେଉଛି କ୍ଲୋଜ-ଇନ ଅସ୍ତ୍ର ଶସ୍ତ୍ର ପ୍ରଣାଳୀ । ଏହି ତିନୋଟି ଅସ୍ତ୍ର ଶସ୍ତ୍ର ଶତ୍ରୁର ଲକ୍ଷ୍ୟ ଭେଦକରି ଆକ୍ରମଣ କରିପାରିବ । ଏହା ସହିତ ଜାହାଜକୁ ଶତ୍ରୁ ବିମାନ, ଡ୍ରୋନ, ରକେଟ ଏବଂ କ୍ଷେପଣାସ୍ତ୍ରରୁ ରକ୍ଷା କରିପାରିବ ।

ଏହି ଯୁଦ୍ଧ ବାହାକରେ ୨,୪୮୦ ଜଣ ସୈନ୍ୟ ଯାଇପାରିବେ । ରୋନାଲ୍ଡ ରେଗାନ ଏକ ଅତ୍ୟାଧୁନିକ ଇଲେକ୍ଟ୍ରୋନିକ୍ ଯୁଦ୍ଧ ପ୍ରଣାଳର ସହିତ ଫିଟ୍ ହୋଇଛି । ଏହାକୁ ଏଏନ/ଏସଏଲକ୍ୟୁ ୩୨ ଏ (ଭି)୪ କାଉଣ୍ଟରମାପ ସୁଟ କୁହାଯାଇଥାଏ । ଏଥିରେ ମଧ୍ୟ ଏସଏଲକ୍ୟୁ -୨୫ ଏ ନିକ୍ସି ଟର୍ପେଡୋ କାଉଣ୍ଟରମାସର ସିଷ୍ଟମ ସ୍ଥାପିତ ହୋଇଛି । ଯାହାକୁ ଶତ୍ରୁର ଟର୍ପେଡୋକୁ ଆଗମନ ଓ ବେଗକୁ ନଜରରେ ରଖି ବେଗ ବୃଦ୍ଧି କରିଥାଏ । ଫଳରେ ଶତ୍ରୁର ବିଭିନ୍ନ ଅସ୍ତ୍ରଶସ୍ତ୍ରକୁ ନିରସ୍ତ୍ର କରିବାରେ ସହାୟକ ହୋଇଥାଏ ।

ଅଗଷ୍ଟ ୪ ଅର୍ଥାତ ଗତକାଲି ଆମେରିକାର ଜାତୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଜନ କ୍ୱିବ ୟୁଏସଏସ ରୋନାଲ୍ଡ ରିଗନକୁ ତାଇୱାନ ସୀମାରେ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।