କନକ ବ୍ୟୁରୋ: ଏମିତି ବି ଆସେ ମୃତ୍ୟୁ ! ପ୍ରଭୁଙ୍କୁ ନାମ ସଂକୀର୍ତ୍ତନ କରୁଥିବାବେଳ ସବୁ ଦିନ ପାଇଁ ଶୋଇପଡ଼ିଲେ ୧୫ ଜଣ ଶ୍ରଦ୍ଧାଳୁ । ଏଭଳି କିଛି ଛାତିଥରା ଘଟଣା ଆସିଛି ପଞ୍ଜାବର ତରନତାରନରୁ । ନଗର ସଂକୀର୍ତ୍ତନ ସମୟରେ ଏକ ଟ୍ରାକ୍ଟର ଟ୍ରଲିରେ ବଡ଼ ବିସ୍ଫୋରଣ ହୋଇଛି । ଯେଉଁଥିରେ ପାଖାପାଖି ୧୫ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ଏପରିକି ୩ରୁ ଅଧିକ ଲୋକେ ଆହତ ହୋଇଛନ୍ତି ଆଉ ସେମାନଙ୍କ ଚିକିତ୍ସା ପାଇଁ ନିକଟସ୍ଥତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
Tarn Taran SSP Dhruv Dahiya: During nagar kirtan, firecrackers were being burnt using explosive material because of which tractor-trolley exploded accidentally. According to eyewitnesses,14-15 individuals died on spot&3 have been admitted to hospital in critical condition.#Punjabhttps://t.co/bIa6fsyQ0Mpic.twitter.com/b11WYDEXKh
— ANI (@ANI) February 8, 2020
ସୁଚନା ମୁତାବକ, ପଞ୍ଜାବର ତରନତାରନରେ ନଗର ସଂକୀର୍ତ୍ତନ ସମୟରେ ଆତସବାଜୀ କରିବା ଲାଗି ଟ୍ରାକ୍ଟରେ ବାଣ ରଖାଯାଇଥିଲା । ହେଲେ ଏହି ସମୟରେ ସେହି ଟ୍ରଲିରେ ନିଆଁ ଲାଗି ଯାଇଥିଲା । ଫଳରେ ଏକ ବଡ଼ ଧରଣ ବିସ୍ଫୋରଣ ହେଲା ଆଉ ଏହି ଭୟଙ୍କର ବିସ୍ଫୋରଣ ଦେଖି ଲୋକମାନେ ଏଣେତେଣ ଦୌଡ଼ିବାରେ ଲାଗିଥିଲେ ହେଲେ ଟ୍ରଲିର ଆଖ ପାଖରେ ଥିବା ଲୋକମାନଙ୍କୁ ବାଣର ଭୟଙ୍କର ବିସ୍ଫୋରଣ ତା’ କବଳକୁ ନେଇଗଲା ଯାହାଦ୍ୱାରା ୧୫ଜଣଙ୍କ ଜୀବନ ଚାଲିଗଲା ।
ସେପଟେ ବିସ୍ଫୋରଣର ସୂଚନା ମିଳିବା ପରେ ତରନତାରନର ଏସଏସପି ଧ୍ରୁବ ଦହିୟା କହିଛନ୍ତି କି, ବାବା ଦୀପ ସିଂହଙ୍କ ଜନ୍ମ ଦିନ ଅବସରରେ ଏହି ନଗର ସଂକୀର୍ତ୍ତନ ବାହାରିଥିଲା । ହେଲେ କେଉଁ କାରଣରୁ ଏଭଳି ବଡ଼ ଅଘଟଣ ଘଟିଲା ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହାପୂର୍ବରୁ ପ୍ରଥମ ଦାୟିତ୍ୱ ଭାବେ ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଏପରିକି ଘଟଣାସ୍ଥଳରେ ପ୍ରଶାସନ ଅଧିକାରୀମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।