ଇୟରଫୋନ୍ ବ୍ୟବହାର କରୁଛନ୍ତି କି? ସାବଧାନ! ସତର୍କ ନହେଲେ ହରାଇପାରନ୍ତି ଶ୍ରବଣ ଶକ୍ତି।

ଇୟରଫୋନ୍ ବ୍ୟବହାର କରୁଛନ୍ତି କି? ସାବଧାନ! ସତର୍କ ନହେଲେ ହରାଇପାରନ୍ତି ଶ୍ରବଣ ଶକ୍ତି।

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ଇୟର ଫୋନ ଲଗାଇ ମ୍ୟୁଜିକ ଶୁଣିବା ଅଧିକାଂଶ ଲୋକଙ୍କ ଅଭ୍ୟାସ ହୋଇଗଲାଣି । ଇୟର ଫୋନ, ଇୟର ବଡ, ହେଡଫୋନ ଲୋକଙ୍କ ଅତି ଆବଶ୍ୟକ ସାମଗ୍ରୀରେ ପରିଣତ ହୋଇଯାଇଛି । ଲମ୍ବା ସମୟ ଧରି ଇୟର ଫୋନ ବ୍ୟବହାର କିମ୍ବା ହାଇଭଲ୍ୟୁମରେ ସଙ୍ଗୀତ ଶୁଣିବା କେତେ କ୍ଷତିକାରକ ସେ ସମ୍ପର୍କରେ ଚାଞ୍ଚଲ୍ୟକର ରିପୋର୍ଟ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଡବ୍ଲୁଏଚଓ ସତର୍କ କରାଇ ଦେଇ କହିଛି, ହେଡଫୋନ ଓ ଇୟରଫୋନ୍ ବ୍ୟବହାରକାରୀଙ୍କ ଶ୍ରବଣଶକ୍ତିକୁ ପ୍ରଭାବିତ କରୁଛି । ବିଶ୍ୱର ୧୫୦ କୋଟି ଲୋକଙ୍କ ଶ୍ରବଣ ଶକ୍ତି ହ୍ରାସ ଘଟୁଛି ।୨୦୫୦ ସୁଦ୍ଧା ୨୫୦ କୋଟି ଛୁଇଁବା ଆଶଙ୍କା କରାଯାଉଛି । ଇୟର ଫୋନ ବ୍ୟବହାର ନେଇ ସତର୍କ କରିଛି ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ।

ଗତ ଦୁଇ ଦଶନ୍ଧିରେ ଇଂରାଜୀ, ସ୍ପାନିଶ, ଫ୍ରେଞ୍ଚ ଓ ରୁଷୀୟ ଭାଷାରେ ଇୟର ଫୋନର ଖରାପ ପ୍ରଭାବକୁ ନେଇ ଅନେକ ରିପୋର୍ଟ ପ୍ରକାଶିତ ହୋଇଛି । ହେଡଫୋନ, ଇୟରବଡରୁ ବାହାରୁଥିବା ରେଡିଓ ଫ୍ରିକ୍ୱେନ୍ସି ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ବ୍ରେନ କ୍ୟାନସର, ସ୍ନାୟୁଗତ ରୋଗ, କାନ ପରଦା ଉପରେ ଖରାପ ପ୍ରଭାବ, କାନ ଭିତରେ ସଂକ୍ରମଣ, ଶ୍ରବଣ ଶକ୍ତି ହରାଇବା ସମ୍ଭାବନା ରହିଛି । ଇୟର ଫୋନ ବ୍ୟବହାର ଜନିତ ରୋଗକୁ ରୋକିବା ପାଇଁ ସତର୍କତା ଜରୁରୀ ।

ଏନେଇ ବିଶେଷଜ୍ଞ ଡାକ୍ତର ପରାମର୍ଶ ହେଉଛି -
ଇୟର ଫୋନ ବ୍ୟବହାର ଯଥାସମ୍ଭବ କମ କରନ୍ତୁ
ଫୋନକୁ ୧୦ ଇଂଚ ଦୂରତାରେ ରଖି କଥା ହୁଅନ୍ତୁ
ଦିନକୁ ୬୦ ମିନିଟରୁ ଅଧିକ ସମୟ ଇୟର ଫୋନ ବ୍ୟବହାର କରନ୍ତୁ ନାହିଁ
ଖାଲିଟାରେ କାନରେ ଇୟର ଫୋନ ଲଗାଇ ରଖନ୍ତୁ ନାହିଁ
ଚିନ୍ତାଜନକ କଥା ହେଉଛି, ହେଡଫୋନ ଲଗାଇ ଉଚ୍ଚ ଶବ୍ଦରେ ମ୍ୟୁଜିକ ଶୁଣୁଥିବା ବିଶ୍ୱର ୨୪% ଯୁବପିଢିଙ୍କର ଶ୍ରବଣ ଶକ୍ତି ହରାଇବା ଆଶଙ୍କା ଦେଖାଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe